କଂଗ୍ରେସର ବଂଶବାଦ ରାଜନୀତି ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାୱାର: ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସାଂସଦମାନଙ୍କ ସହ ଏକ ବୈଠକ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୈଠକରେ ମୋଦୀଙ୍କ ଏକ ବୟାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମୋଦି କହିଛନ୍ତି, କଂଗ୍ରେସର ବଂଶବାଦ ରାଜନୀତି ପାଇଁ ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଲେନି। କିନ୍ତୁ ବିଜେପି କଂଗ୍ରେସ ଭଳି ଅହଙ୍କାରୀ ନୁହେଁ। ତେଣୁ ଦଳ କ୍ଷମତାରେ ରହିବ।

୨୦୧୪ରେ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବା ସମୟର କଥା କହିଛନ୍ତି। ମୋଦୀ କହିଛନ୍ତି, ପ୍ରଣବ ମୁଖାର୍ଜୀ ତାଙ୍କୁ କହିଥିଲେ ଯେ ବିଜେପି ଦଳ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଏବଂ ଆପଣଙ୍କ ନାଁରେ ବିପୁଳ ସଂଖ୍ୟାଗରିଷ୍ଠତା ପାଇଲା। ଏହା ପ୍ରଥମ ଥର ପାଇଁ ହେଲା। ଜନସାଧାରଣ ଆପଣଙ୍କୁ ବାଛିଥିଲେ, କାରଣ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବା ଦ୍ବାରା କେବେ ବି ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ।

ତେବେ ନିଜ ଦଳରେ ବିଦ୍ରୋହ ପରେ ଏବେ ଶରଦ ପାୱାର ବିଜେପିକୁ ଆଡ଼କୁ ଢଳୁଛନ୍ତି ବୋଲି ଚର୍ଚ୍ଚ‌ା ହେଉଛି। ମୋଦୀ ଓ ପାୱାରଙ୍କୁ ନିକଟରେ ପୁନେରେ ଗୋଟିଏ ମଞ୍ଚରେ ମଧ୍ୟ ଦେଖିବାକୁ ମିଳିଥିଲା। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଟିପ୍ପଣୀକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ, ଶରଦ ପାୱାର ୧୯୯୯ରେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ସୋନିଆ ଗାନ୍ଧିଙ୍କ ବିଦେଶ ନାଗରିକତାକୁ ବିରୋଧ କରି ସେ ଦଳ ଛାଡ଼ି ଦେଇଥିଲେ। ଏହାପରେ ସେ ଏନ୍‌ସିପି ଦଳ ଗଢ଼ିଥିଲେ।

Related Posts