ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକାଣ୍ଡ; ମହିଳାଙ୍କୁ ଗୁଳିମାରି ଆତ୍ମହତ୍ୟା କଲେ ପୁଲିସ ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକାଣ୍ଡ । ତେବେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ ଜଣ ଆହତ ବି ହୋଇଛନ୍ତି । ଏସବୁ ପରେ ଗୁଳି ଚଳାଇଥିବା ପୋଲିସ କର୍ମୀ ଜଣଙ୍କ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ସେପଟେ ମୃତ ମହିଳା ଜଣଙ୍କ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଗୁଳି ବାଜିବାରୁ ସେ ମୃତ୍ୟୁବରଣ କରିଛନ୍ତି । ସୂଚନା ପାଇବା ପରେ ପୋଲିସ ଟିମ୍ ସେଠାରେ ପହଂଚି ଆହତ ମାନଙ୍କୁ ମେଡିକାଲ ପଠାଇଛନ୍ତି । କୁହାଯାଉଛି କି ଗୁଳି ଚଳାଇଥିବା ପୋଲିସ କର୍ମୀ ଜଣଙ୍କ ସେହି ସ୍ଥାନରେ ୧ ଘଂଟା ଆଗରୁ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts