ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ଏକ ଦୁଖଃଦ ଘଟଣା | ଓଡିଶା ଇତିହାସ ପାଇଁ ଏକ ଦୁଖଦଃ ସମୟ ସହ ଏହି ଘଟଣା ଏକ ନିନ୍ଦନୀୟ ଘଟଣା ବୋଲି ଏବେ ଏଣେ ଜୋର ଧରିଛି ଚର୍ଚ୍ଚା | ତେବେ ଏହି ଘଟଣାକୁ ନ ଏଇ ରାଜ୍ୟ ସରକାରଙ୍କ ପାଖରୁ ଜୋର ସୋର ରେ ତଦନ୍ତ ପାଇଁ ନିର୍ଦେଶ ଥିବା ବେଳେ, ଡ୍ୟୁଟିରେ ଥିବା ୪ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ ନୋଟିସ୍ କରିଛି ମନ୍ଦିର ପ୍ରଶାସନ । ଏମାନଙ୍କର ରାତି ଡ୍ୟୁଟି ଥିଲେ ବି କେମିତି ଦୁର୍ବୃତ୍ତ ପଶି କାଣ୍ଡ ଘଟାଇଲେ, ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡ୍ୟୁଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁର୍ବୃତ୍ତ ।
ଏହି ସମୟରେ ଜଣେ ଦୁର୍ବୃତ୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ କିଭଳି ଏହି ଦୁର୍ବୃତ୍ତ ରୋଷଘରେ ପ୍ରବେଶ କଲା । ଆଉ ଚୁଲି ଭାଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଦୁର୍ବୃତ୍ତ ଜଣଙ୍କ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ୨ଦିନ ବିତିଯାଇଥିଲେ ବି ଚୁଲି ଭାଂଗିଥିବା ଦୁର୍ବୃତ୍ତକୁ ଧରିବାରେ ପ୍ରଶାସନ ଓ ପୁଲିସ ବିଫଳ ହୋଇଛି । ପ୍ରଶ୍ନ ଉଠୁଛି କୁଆଡେ ଗଲା ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତ । କଡା ସୁରକ୍ଷା ବଳୟରେ ଥିବା ଶ୍ରୀମନ୍ଦିରରେ କେମିତି ଘଟିଲା ଏତେ ବଡ ଅଘଟଣ ।
ଅନ୍ୟପଟେ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ କୁମାର ବଂଶଲ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି। ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।





