ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ଚର୍ଚ୍ଚା ବର୍ତ୍ତମାନ ସାରା ରାଜ୍ୟରେ ଜୋର ଧରିଛି । ଏହା ମଧ୍ୟରେ ପୁରୀ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧାରପଡ଼ିଲେ ଅଭିଯୁକ୍ତ । ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ୍ । ପୋଲିସ୍ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ଏସପି ପ୍ରତିକ୍ରିୟା ରଖିଛନ୍ତି ।
ଆଇପିସିର ଦଫା ୪୨୭,୨୯୫,୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂହଙ୍କ ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





