ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଗଗନ ମହାପାତ୍ରକୁ ଜେଲ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମର ଗଗନ ମହାପାତ୍ରକୁ ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଗଗନକୁ ଜେଲ ପଠାଇ ଦିଆଯାଇଛି। ରୋଷଘର ଚୁଲି ଭଙ୍ଗା ଦିନ ସିସିଟିଭି ଫୁଟେଜ୍ରେ ଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ ସୂଚନା ଦେଇଥିଲେ। ସେପଟେ ଗତ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ଗତ ୨ ତାରିଖ ବିଳମ୍ବିତ ରାତିରେ ଜଣେ ୬ ଫୁଟରୁ ଅଧିକ ଉଚ୍ଚତାର ହୃଷ୍ଟପୃଷ୍ଟ ବ୍ୟକ୍ତି ଜଣକ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପଶି ରୋଷଘରକୁ ଯାଇ ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା।
ସେହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତା’ର ଫଟୋକୁ ଦେଖାଇ ଚିହ୍ନଟ କରିବାକୁ ଆଜି ଉଦ୍ୟମ ଆରମ୍ଭ କରିଥିଲା। ଗୋଟିଏପଟେ ପୁଲିସ ପୁରୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଉଦ୍ୟମ କରୁଥିବା ବେଳେ ଚତୁରତାର ସହିତ ଶ୍ରୀମନ୍ଦିରରେ ପଶି ଚୁଲି ଭାଙ୍ଗି ଦେଇଥିବା ଅଭିଯୁକ୍ତ ସମସ୍ତଙ୍କୁ ଚକ୍ମା ଦେଖାଇ ଦୁଇଦିନ ଧରି ଖୋର୍ଦ୍ଧାର ଏକ ଗାଁରେ ଲୁଚି ରହିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





