ଭୁବନେଶ୍ୱର/ଯାଜପୁର: ୫୪ତମ ରାଜ୍ୟ ପୋଲିସ୍ ଶୁଟିଂ ଚାମ୍ପିଅନସିପ୍ ୨୦୨୫–୨୬ରେ କମିଶନରେଟ୍ ପୋଲିସ୍ (ଆର୍ମ୍ଡ) ବି ଟିମ୍, ଭୁବନେଶ୍ୱରର ଶୁଟର ସିଦ୍ଧାର୍ଥ ପାଇକରାୟ ୫୦ ଯାର୍ଡ ପିଷ୍ଟଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ସଫଳତା ହାସଲ କରିଛନ୍ତି।ଯାଜପୁର ଜିଲ୍ଲାର ବଇରି ସ୍ଥିତ ସୋଲାର ଫାୟାରିଂ ରେଞ୍ଜରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପୋଲିସ୍ ୟୁନିଟ୍ରୁ ମୋଟ ୧୬ଟି ୟୁନିଟ୍ ଅଂଶଗ୍ରହଣ କରିଥିଲେ। ସମଗ୍ର ଚାମ୍ପିଅନସିପ୍ରେ ପ୍ରାୟ ୧୮୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ, ସିଦ୍ଧାର୍ଥ ପାଇକରାୟ ଯୋଗଦେଇଥିବା ୫୦ ଯାର୍ଡ ପିଷ୍ଟଲ୍ ଇଭେଣ୍ଟରେ ୮୦ ଜଣ ପ୍ରତିଯୋଗୀ ମଧ୍ୟରେ କଠିନ ପ୍ରତିସ୍ପର୍ଧା ହୋଇଥିଲା।କଠିନ ପ୍ରତିଦ୍ୱନ୍ଦିତା ମଧ୍ୟରେ ସିଦ୍ଧାର୍ଥ ପାଇକରାୟ ଉତ୍କୃଷ୍ଟ ନିଶାନା ଦେଖାଇ ବ୍ରୋଞ୍ଜ ପଦକ ଜିତି ନିଜ ଦଳ ଓ କମିଶନରେଟ୍ ପୋଲିସ୍ ପାଇଁ ଗୌରବ ଆଣିଛନ୍ତି।ତାଙ୍କର ଏହି ସଫଳତା ପୋଲିସ୍ ବିଭାଗର ସହକର୍ମୀ ଓ କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି।





