ସିଗନାଲିଂ ତ୍ରୁଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା, ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କୁ କରାଗଲା ଦାୟୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରେନ୍‌ ଦୁର୍ଘଟଣା। ଆସିଲା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ । ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛନ୍ତି । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ହୋଇଥିଲା ।

ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ଅଣଦେଖା କରାଯାଇଥିଲା । ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଥାନ୍ତା । ହେଲେ ତାଙ୍କ ସାମ୍ନାରେ ତ୍ରୁଟି ହୋଇଥିଲେ ବି ଅଣଦେଖା କରିଥିବା ରିପୋର୍ଟରେ ଉଲ୍ଲେଖ । ଇଲେକ୍ଟ୍ରନିକ୍ ଇଣ୍ଟର ଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ସାଧାରଣତଃ ୧୪ ସେକେଣ୍ଡରେ ସିଗ୍ନାଲ ପରିବର୍ତ୍ତନ ହେବା କଥା, ହେଲେ ଦୁର୍ଘଟଣା ଦିନ ସିଗ୍ନାଲରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା । ୧୪ ସେକେଣ୍ଡ ବଦଳରେ ପରିବର୍ତ୍ତନ ପାଇଁ ଲାଗିଥିଲା ୩୭ ସେକେଣ୍ଡ । ଷ୍ଟେସନ ମାଷ୍ଟର ଏସ.ବି. ମହାନ୍ତି ଏହାକୁ ଅଣଦେଖା କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।

ସେପଟେ ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି। ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ। ଏଥିଲାଗି ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି ବି ଏଥିରେ କୁହାଯାଇଛି । ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା। କମିସନର ଅଫ୍ ରେଲଓ୍ବେ ସେଫ୍ଟିଙ୍କ ରିପୋର୍ଟରେ ଏଭଳି କଥା ଉଲ୍ଲେଖ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଜୁନ ୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହୋଇଛନ୍ତି। ଆହୁରି କେତେକ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର ମାସକ ପରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍‌)ଙ୍କ ତଦନ୍ତ ରିପୋର୍ଟ ସମ୍ନାକୁ ଆସିଥିବା ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଦୁର୍ଘଟଣାରେ ଅପରାଧିକ ଷଡ଼ଯନ୍ତ୍ରର ସମ୍ଭାବନା ନେଇ ତଦନ୍ତ ଜାରି ରଖିଛି।

Related Posts