ମହାରାଷ୍ଟ୍ର ଭଳି ତେଲେଙ୍ଗାନାରେ ବି ହେବ ସମାନ ସ୍ଥିତି: ମୁଖ୍ୟମନ୍ତ୍ରୀ କ. ଚନ୍ଦ୍ରଶେଖର ରାଓଙ୍କ ଉତ୍ତର ଯାହା କରିବାର ଅଛି କର

ହାଇଦ୍ରାବାଦ: ମହାରାଷ୍ଟ୍ର ଭଳି ତେଲେଙ୍ଗାନାରେ ବି ସମାନ ସ୍ଥିତି ହେବ । ଏନେଇ ଯୋଜନା କରୁଛି ବିଜେପି। ଏପରି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କ. ଚନ୍ଦ୍ରଶେଖର ରାଓ । ବିଦ୍ରୋହ ସୃଷ୍ଟି କରି ଆଉ ଏକ ଏକନାଥ ସିନ୍ଦେ ଆଣିବ ବୋଲି ବିଜେପି କହୁଛି। ଯାହାର ଜବାବ ରଖିଛନ୍ତି କେସିଆର୍‌ ।

ବିଜେପି କଥାର ଜବାବ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୪ରେ ମୋଦୀଙ୍କ ଶାସନରେ କୌଣସି ବର୍ଗର ବ୍ୟକ୍ତିଙ୍କୁ ଲାଭ ମିଳିପାରି ନାହିଁ। ବିଜେପି କହୁଛି ଯେ ତେଲେଙ୍ଗାନାରେ ମୋ ସରକାର ଭାଙ୍ଗିଦେବ। କିଏ ଏପରି କରିବ ? ତୁମେ କେବଳ ତୁମ ଗର୍ବରେ ରହି କହୁଛ ବୋଲି କେସିଆର କହିଛନ୍ତି।

ଦକ୍ଷିଣ ଭାରତରେ ବିଜେପି ତାଙ୍କର ପ୍ରଭାବ ବିସ୍ତାର କରିବାକୁ ଜୋର ଲଗାଇଛି। ଏଥିପାଇଁ ଉକ୍ତ ରାଜ୍ୟଗୁଡ଼ିକରେ ବିରୋଧୀକୁ ଶାଣିତ ଆକ୍ରମଣ କରୁଛି। ତେଲେଙ୍ଗାନାରେ ଶାସକ ଦଳ ଟିଆର୍‌ଏସ୍ ଓ ବିଜେପି ମଧ୍ୟରେ କଡ଼ା ଟକ୍କାର ଜାରି ରହିଛି। ପରସ୍ପରକୁ ଘେରିବାରେ ଲାଗିଛନ୍ତି। ତେଲେଙ୍ଗାନା ବିଜେପି ନେତା ପରବର୍ତ୍ତି ନିର୍ବାଚନରେ ବିଜେପି ଜିତିବା ନେଇ ଦାବି କରୁଥିବା ବେଳେ ଟିଆର୍‌ଏସ୍‌ ହେଉଛି ପୁଣିଥରେ କ୍ଷମତାକୁ ଫେରିବ।

Related Posts