ଭୁବନେଶ୍ୱର ; ଅସମ୍ଭାଳ ହେଲାଣି ତାତି। ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ତେବେ ଏହି ଅସମ୍ଭାଳ ଖରା ମଧ୍ୟରେ ଏକ ଅସ୍ବସ୍ତି କର ଖବର ଆସିଛି | ଆଜି କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ କାଲିଠାରୁ ତାତି ସାମାନ୍ୟ କମିବା ସମ୍ଭାବନା ରହିଛି । ତାପମାତ୍ରା ୨ ଡିଗ୍ରୀ କମିପାରେ ବୋଲି ଆକଳନ କରାଯାଉଛି । ଏହାଛଡା କିଛି ସ୍ଥାନରେ ଘଡଘଡି ସହ ବର୍ଷା ବି ହୋଇପାରେ ।
କାଳବୈଶାଖୀ ସମ୍ଭାବନା : –
ବାଲେଶ୍ୱର
ଭଦ୍ରକ
ମୟୂରଭଞ୍ଜ
କେନ୍ଦୁଝର
ଯାଜପୁର
ଢେଙ୍କାନାଳ
ଅନୁଗୁଳ
ସେପଟେ, ଅସମ୍ଭାଳ ହେଲାଣି ତାତି । ଅଧା ଓଡ଼ିଶା ଏବେ ଛଟପଟ ହେଉଛି । ଦିନ ତ ଦିନ, ରାତିରେ ବି ପରିସ୍ଥିତି ସାଙ୍ଘାତିକ । ଉପକୂଳରେ ଟିକିଏ ନିସ୍ତାର । ମାତ୍ର ବାକି ଓଡ଼ିଶାରେ ତାତି ବୋଲ ମାନୁନି । ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଅବସ୍ଥା ନ କହିବା ଭଲ । ପୂର୍ବାହ୍ନ ୧୧ଟା ବେଳେକୁ ରାସ୍ତାଘାଟ ଶୂନ୍ଶାନ୍ । କାଁ ଭାଁ ଲୋକ ଯିବା ଆସିବା କରୁଛନ୍ତି । ନ ହେଲେ ଲାଗୁଛି ସତେଯେମିତି କର୍ଫ୍ୟୁ ଲାଗୁ ହୋଇଛି । ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ନୂଆ ରେକର୍ଡ ଯୋଡ଼ି ହୋଇଛି । ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ପୁଣି ଆଜି ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଗକୁ ଦିନର ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୭ ଡିଗ୍ରୀ, କଟକରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୧.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, କେନ୍ଦୁଝରରେ ୪୦.୨ ଡିଗ୍ରୀ, ସମ୍ୱଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ, ହୀରାକୁଦରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଭବାନୀପାଟଣାରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୩ ଡିଗ୍ରୀ, କୋରାପୁଟରେ ୩୬.୨ ଡିଗ୍ରୀ, ଫୁଲବାଣୀରେ ୩୯.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୦.୬ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ, ଭଦ୍ରକରେ ୪୦.୦ ଡିଗ୍ରୀ, ଢେଙ୍କାନାଳରେ ୪୦.୦ ଡିଗ୍ରୀ, ଦେବଗଡ଼ରେ ୪୨.୦ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ନୂଆପଡ଼ାରେ ୪୧.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୪ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୦ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, ସୋନପୁରରେ ୪୪.୪ ଡିଗ୍ରୀ, ବୌଦ୍ଧରେ୪୩.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।





