ମୋଦିଙ୍କ ସୁରକ୍ଷା ଉଲ୍ଲଂଘନ ପଛରେ ସୋନିଆ ଓ ଚନ୍ନୀ; ପଞ୍ଜାବ ସିଏମକୁ ଗିରଫ କର: ହିମନ୍ତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ଥମିବାରେ ନାଁ ନେଉନି । ଏନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଦଳକୁ ଟାର୍ଗେଟ କରିବାରେ ଲାଗିଛି । ଏହା ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ଏପରିକି ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି ।

ତେବେ ଜାନୁଆରୀ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ କଂଗ୍ରେସ ହାଇକମାଣ୍ଡ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକ ସୁରକ୍ଷା ଲ୍ୟାପ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି । ଏହା ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନୀଙ୍କୁ ଗିରଫ କରାଯାଉ ବୋଲି ଆସାମ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଘଟଣା ବିଷୟରେ କଂଗ୍ରେସ ନେତାମାନେ ପୂର୍ବରୁ ଅବଗୋତ ଥିଲେ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ଏବଂ ସମସ୍ତେ ମିଶି ହ ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts