ମୁମ୍ବାଇରେ ଲାଇଭ କନସର୍ଟରେ ସୋନୁ ନିଗମ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ, ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ସୋମବାର ମୁମ୍ବାଇର ଚେମ୍ବୁରଠାରେ ଏକ ଲାଇଭ କନସର୍ଟ କାର୍ଯ୍ୟକ୍ରମରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତ‌ାଙ୍କ୍‌ ଟିମ୍‌ ସହ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୁଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚି ଏତଲା ଦେଇଛନ୍ତି ନିଜେ ସୋନୁ।

ଏହି ଲାଇଭ କନସର୍ଟର ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।ଭିଡିଓରେ ସୋନୁଙ୍କ ଟିମ୍‌ର ବୋଲି କୁହାଯାଉଥିବା ଜଣେ ସଦସ୍ୟଙ୍କୁ କିଛି ଲୋକ ଟାଣି ଟାଣି ମଞ୍ଚ ତଳକୁ ଆଣୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଘଟିବା ପରେ କଣ୍ଠଶିଳ୍ପୀ ସୋନୁ ଚେମ୍ବୁର ପୁଲିସ୍‌ ଷ୍ଟେସନ୍‌ ଯାଇ ପୁଲିସ୍‌ ସହାୟତା ଲୋଡ଼ିଛନ୍ତି। ତେବେ ପୁଲିସ୍‌ ଏତଲା ଗ୍ରହଣ କରିବା ପରେ ଭିଡିଓଟିର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସୋନୁ ଏବଂ ତାଙ୍କ ଦଳ ଚେମ୍ବୁରରେ ଶିବସେନା (ଉଦ୍ଧବ ଠାକରେଙ୍କ ଗୋଷ୍ଠୀ) ନେତା ପ୍ରକାଶ ଫ‌ଟେରପେକର୍‌ଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏକ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏପରି ଅଘଟଣ ଘଟିଛି।

ତେବେ ଏ ନେଇ ପ୍ରକାଶ ଫ‌ଟେରପେକର୍‌ ବୟ‌ାନ ଦେଇ କହିଛନ୍ତି ଯେ ‘ସେପରି କିଛି ବି ଘଟି ନାହିଁ। ସୋନୁ ନିଗମ ମଞ୍ଚରୁ ତଳକୁ ଆସିବା ବେଳେ କିିଛି ଲୋକ ତାଙ୍କ ସହ ସେଲ୍‌ଫି ନେବାକୁ ତାଙ୍କୁ ଭିଡ଼ାଟଣା କରିଥିଲେ। ସେହି ମସୟରେ ଅନ୍ୟ କିଛି ଲୋକ ଭୁଲ୍‌ବଶତଃ ତାଙ୍କ ଟିମ୍‌ର ଜଣଙ୍କୁ ଟାଣିକି ତଳକୁ ନେଇ ଆସିଥିଲେ।’

ମାତ୍ର ସୋନୁ ନିଗମ ଅଭିଯୋଗ ଆଣିଛନ୍ତି ଯେ ପ୍ରକାଶ ଫ‌ଟେରପେକର୍‌ଙ୍କ ପୁଅ ହିଁ ତାଙ୍କ ସହ ଏବଂ ତାଙ୍କ ଟିମ୍‌ ସହ ଏପରି ଦୁର୍ବ୍ୟବହାର କରିଛନ୍ତି।

Related Posts