ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବାବେଳେ ଏବେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛି । ତେବେ ଏହାକୁ ନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କଟାକ୍ଷ କରି କହିଛନ୍ତି ଯେ, ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ନୂଆ ବୋତଲରେ ପୁରୁଣା ମଦ ସଦୃଶ।
ସେ ଆହୁରି କହିଛନ୍ତି ଯେ, ନୂଆ ମନ୍ତ୍ରୀ ପଦ ମିଳିଥିବା ନେତାମାନେ ଦକ୍ଷ ଏବଂ ବରିଷ୍ଠ ବୋଲି କହି ମନ୍ତ୍ରୀ ପଦ ଦିଆଗଲା । ଏମାନେ କଣ ଆଗରୁ ଦକ୍ଷ ନଥିଲେ କି ?ଆଗରୁ କାହିଁକି ବାହାର କରାଯାଇଥିଲା ।ଏବେ ପୁଣି କାହିଁକି ମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି। ସରକାର ଚଳାଉଛି କିଏ ବୋଲି ନଡ୍ଡା କହିଥିଲେ।
ଆଜି ଯାଏଁ ତାହାର ଉତ୍ତର ଦେଇ ପାରିଲେ ନାହିଁ ସରକାର। ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାହାର କରି ଶିକ୍ଷା ସହ ଖେଳ ଖେଳିଲେ ।ଖାଲି ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରାଯାଉଛି ।ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ବାହାର କଲେ | ଶ୍ରୀକାନ୍ତ ସାହୁଙ୍କୁ ବାହାର କଲେ । ସରକାର ମାନୁଛନ୍ତି ଏମାନେ ଦୋଷୀ ବୋଲି, ତାହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ମନ୍ତ୍ରୀ ବଦଳିଲେ ଶାସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ |।କାରଣ ଏଥିରେ କୌଣସି ନୂତନତ୍ବ ନାହିଁ ।
କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ। ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର । ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୨୪ରେ ସରକାର କରିବ ବିଜେପି। ଏଠାରେ ମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ । ମନ୍ତ୍ରୀ ହେଲେ ନୂଆ କଣ କରିବେ। ମନ୍ତ୍ରୀ ମାନେ କେବଳ ରବର ଷ୍ଟାମ୍ପ । ରାଜ୍ୟ ସରକାର ଝୁନଝୁନା ଧରେଇ ଦେଇଛନ୍ତି । ଅସନ୍ତୋଷ ଓ ଅନ୍ତଃ କନ୍ଦଳ ଦୂର କରିବା ପାଇଁ ମନ୍ତ୍ରୀ ପଦ ନାରେ ଝୁନଝୁନା ଧରେଇ ଦେଲେ ବୋଲି ଗୋଲକ କହିଛନ୍ତି।





