ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଟ୍ରିପଲ ଜମ୍ପ ବିଭାଗରେ ଭାରତୀୟ ଖେଳାଳୀ ଏଲଢସ ପଲ୍‌ ଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବର୍ମିଙ୍ଗହାମ : ବର୍ମିଙ୍ଗହାମ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଚମକୁଛନ୍ତି ଭାରତୀୟ ଖେଳାଳି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛି । ରବିବାର ଟ୍ରିପଲ ଜମ୍ପ ବିଭାଗରେ ଭାରତୀୟ ଖେଳାଳୀ ଏଲଢସ ପଲ୍‌ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏଲଢ଼ସଙ୍କ ସଫଳତାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୬ଟି ସ୍ୱର୍ଣ୍ଣ ପଦକ ହାତେଇଛି। ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୋଟ୍‌ ୩ଟି ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛି। ସେହିପରି ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳୀ ଅବଦୁଲ୍ଲା ଅବୁବାକର ତାଙ୍କ ପଞ୍ଚମ ପ୍ରୟାଶରେ ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ଲାଭ କରିଛନ୍ତି। ଅନ୍ୟପଟେ ବରମୁଣ୍ଡାର ଜହ-ନାଇ ପରିଞ୍ଚିଫ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିଭଳି ୧୦ କିମି ବର୍ଗ ଦୌଡ ପ୍ରତିଯୋଗିତାରେ ଭାରତର ସନ୍ଦୀପ କୁମାର କାଂସ୍ୟ ପଦକ ଜିତିଛନ୍ତି ।

Related Posts