ରାଜ୍ୟଗୋଷ୍ଠୀ କ୍ରୀଡା; ପ୍ରଥମ ମ୍ୟାଚରେ ଘାନାକୁ ୫-୦ ଗୋଲରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ହକି ଟିମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମ ଦେଖାଇଲା ଭାରତୀୟ ମହିଳା ହକି ଟିମ୍। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରେ ଭାରତ ବିଜୟ ସହିତ ନିଜ ଅଭିଯାନ ଆରମ୍ଭ କରିଛି । ଘାନା ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ୫-୦ ଗୋଲରେ ବିଜୟୀ ହୋଇଛି ଭାରତ ।ମୁକାବିଲାରେ ଗୁରଜିତ କୌର ଡବଲ୍‌ ଗୋଲ୍‌ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।୩ ଓ ୩୪ ମିନିଟ୍‌ରେ ଗୁରଜିତ ୨ଟି ଗୋଲ୍‌ ଦେଇଥିଲେ । ସେହିପରି ୨୮ ମିନିଟରେ ନେହା ଗୋୟାଲ, ୩୬ ମିନିଟରେ ସଙ୍ଗୀତା କୁମାରୀ ଓ ୫୬ ମିନିଟରେ ସଲିମା ଟେଟେ ଗୋଲ୍‌ ସ୍କୋର କରିଥିଲେ।

ଏହି ମ୍ୟାଚ୍ ରେ ଘାନା ଖେଳାଳି ନିରାଶ କରିଥିଲେ । ସେମାନେ ଗୋଟିଏ ହେଲେ ଗୋଲ୍ ଦେବାକୁ ସକ୍ଷମ ହୋଇ ପାରିନଥିଲେ । ଆରମ୍ଭରୁ ଶେଷ ଯାଏ ଭାରତୀୟ ଟିମ୍ ଘାନା ଖେଳାଳିଙ୍କ ଉପରେ ଦବଦବା ରଖିଥିଲେ । ତେବେ ଘାନାକୁ ମାତ୍ ଦେଲା ପରେ ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ୱେଲ୍ସକୁ ଭେଟିବ ।

Related Posts