ରାଜ୍ୟଗୋଷ୍ଠୀ କ୍ରୀଡା; ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ ପଦକ ହାତେଇଲା ଭାରତୀୟ ମହିଳା ହକି ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ମିଂଘମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତୀୟ ମହିଳା ହକି ଟିମ୍ ର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ଥିଲା ଏବଂ ଭାରତୀୟ ଟିମ୍ ଏହାକୁ ଜିତିବାରେ ସଫଳ ମଧ୍ୟ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି ।ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି ।

Related Posts