ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଧାନସଭା ଘେରାଉ ବେଳେ ପୋଲିସ-ବିଜେପି ଯୁବମୋର୍ଚ୍ଚା କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି ଚାଲିଥିବାବେଳେ ବେଳେ ପୁଲିସ ଲାଠିମାଡ଼ କରିଥିବା ଜଣାଯାଇଛି। ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବିଧାନସଭା ଘେରାଉ ଲାଗି ସେହି ଆଡ଼କୁ ଯାଉଥିବା ବେଳେ ଯୁବମୋର୍ଚ୍ଚା କର୍ମୀଙ୍କ ସହ ପୁଲିସଙ୍କର ଧସ୍ତାଧସ୍ତି ହୋଇଛି। କିଛି ପୁଲିସ ଲାଠି ମାଡ଼ କରିଥିବାର ସୂଚନା ରହିଛି। ଏହାଫଳରେ କେତେକ ବିଜେପି କର୍ମୀ ଆହତ ହୋଇଥିବା ଜଣାଯାଇଛି। ସେପଟେ ଭିଡ଼ ମଧ୍ୟରୁ ପୁଲିସ ଉପରକୁ ମଧ୍ୟ ଅଣ୍ଡା ଓ ପାଣି ବୋତଲ ମାଡ଼ ହୋଇଛି ଏଥିରେ କିଛି ପ୍ଲସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ଆଜି ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲିରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ଯୁବକ ଓ ମହିଳା କର୍ମୀ ଅଂଶ ଗ୍ରହଣ କରିଛନ୍ତି। ପୁଲିସ କିଛି ବିଜେପି କର୍ମୀଙ୍କୁ ଜୋର କରି ଉଠାଇ ନେଇଥିବା ବେଳେ ଧସ୍ତାଧସ୍ତିରେ ବହୁ ପୁରୁଷ ଓ ମହିଳା କର୍ମୀ ଆହତ ହୋଇଛନ୍ତି। ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ନିୟନ୍ତ୍ରକୁ ଆଣିବା ଲାଗି ପୁଲିସ ପ୍ରୟାସ ଜାରି ରଖିଛି। ମୋଟାମୋଟି ଭାବେ ଲୋୟର ପିଏମଜି ଆଜି ରଣକ୍ଷେତ୍ର ପାଲଟିଛି।

Related Posts