ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ କାରକେଡ ଉପରକୁ ପଥର ମାଡ଼

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ କୋଚ ବିହାରରେ ତାଙ୍କ କାରକେଡ ଉପରକୁ ପଥର ମାଡ଼ ହୋଇଛି। ତ୍ରୁଣମୂଳ କଂଗ୍ରେସ କର୍ମୀମାନେ ଏହି ଆକ୍ରମଣ କରିଥିବା କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରାମାଣିକ ଅଭିଯୋଗ କରିଛନ୍ତି। ଏହି ପଥର ମାଡ଼ରେ ମନ୍ତ୍ରୀଙ୍କ ଏସୟୁଭି କାରଟି କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଟିଏର ଗ୍ୟାସ ମାଡ଼ କରିଛି।

ତେବେ କୋଚ୍‌ ବିହାର ଅଞ୍ଚଳରୁ ସାଂସଦ ଥିବା ପ୍ରାମାଣିକ କହିଛନ୍ତି ଯେ, ଯଦି ଜଣେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ଆପଣ, ସାଧାରଣ ଲୋକଙ୍କ ଦୁର୍ଦ୍ଦଶା କଳ୍ପନା କରିପାରିବେ।ଏହି ଘଟଣା ବେଙ୍ଗଲର ଗଣତନ୍ତ୍ରର ସ୍ଥିତିକୁ ହିଁ ଦର୍ଶାଉଛି। କେନ୍ଦ୍ର ମନ୍ତ୍ରୀ ବିଜେପିର ସ୍ଥାନୀୟ କାର୍ଯ୍ୟାଳୟକୁ ଯାଉଥିଲା ବେଳେ ଏହି ଆକ୍ରମଣ ଘଟିଛି।

ରିପୋର୍ଟ ଅନୁଯାୟୀ, ସୀମାରେ ବିଏସଫ ପକ୍ଷରୁ ଜଣେ ଆଦିବାସୀଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କ୍ରୋଧ ରହିଛି। ନିକଟରେ କୋଚ ବିହାରଠାରେ ଅନୁଷ୍ଠିତ ଏକ ରାଲିରେ ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ହତ୍ୟା ପାଇଁ ସେ କେନ୍ଦ୍ରମନ୍ତ୍ରୀ ପ୍ରାମାଣିକଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଜଣେ ଆଦିବାସୀଙ୍କୁ ହତ୍ୟା ପରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସେମାନଙ୍କର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲେ।ତାଙ୍କ ବିରୋଧରେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ଟିଏମସି ଡାକରା ଦେଇଥିଲା। । ଟିଏମସି ନେତା ଉଦୟାନ ଗୁହା କହିଛନ୍ତି ଯେ, ଶ୍ରୀ ପ୍ରମାଣିକ ଯେଉଁଠିକୁ ଯିବେ କଳାପତାକାର ସାମ୍ନା କରିବେ।

Related Posts