“ବିଜୁ ନବୀନ ଇନସ୍ପିରେସନାଲ ଟ୍ରଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ଝଡ: ଲେଖାଶ୍ରୀଙ୍କୁ କ୍ଷମା ମାଗିବାକୁ ଚେତାବନୀ”

ଭୁବନେଶ୍ୱର: ଫେବୃଆରୀ ୨୮ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ ଥମୁନି ଦଳୀୟ କନ୍ଦଳ। ଦଳରୁ ବହିଷ୍କୃତ ନେତା ପ୍ରଭାତ ବିଶ୍ୱାଳ ଏବଂ ବିଜେଡି ମଧ୍ୟରେ ଥିବା କନ୍ଦଳ ବଢ଼ିଚାଲିଛି। ସେଦିନ ନବୀନ ନିବାସରେ ପ୍ରଭାତ ବିଶ୍ୱାଳ “ବିଜୁ ନବୀନ ଇନସ୍ପିରେସନାଲ ଟ୍ରଷ୍ଟ” କଥା କହିବା ପରଠୁଁ ଏ କନ୍ଦଳ ସୃଷ୍ଟି ହୋଇଛି। ତେବେ ରାଜ୍ୟସଭା ନିର୍ବାଚନ ପରେ ଗତ ୨୧ ତାରିଖରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀରେ ପ୍ରଭାତଙ୍କ “ବିଜୁ ନବୀନ ଇନସ୍ପିରେଷ୍ଣାଲ୍ ଟ୍ରଷ୍ଟ”କୁ ନେଇ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ଏହି ମନ୍ତବ୍ୟ ପ୍ରଭାତଙ୍କ ‘ମାନସିକ ଅସ୍ଥିରତା ‘ ବୋଲି କହିବା ସହ ତାଙ୍କ ଅଭିଯୋଗକୁ “ପାଗଳର ପ୍ରଳାପ” କହିଥିଲେ। ଯାହାକୁ କେନ୍ଦ୍ରକରି ସଂସ୍କୃତି ଓ କଳାପରିଷଦ ପ୍ରଭାତ ବିଶ୍ୱାଳଙ୍କ ସପକ୍ଷରେ ବାହାରିଛନ୍ତି। ତେବେ ସାଧାରଣ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ପ୍ରଭାତ ବିଶ୍ୱାଳ ନିଆଁରେ ଘିଅ ଢାଳୁଛନ୍ତି। କାରଣ ୨୨ ତାରିଖଦିନ ତାଙ୍କପୁତ୍ର ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ୍ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀଙ୍କ ମନ୍ତବ୍ୟ କୁ ନେଇ ଉତ୍ତର ରଖିଥିଲେ ଏବଂ ଲେଖଶ୍ରୀଙ୍କୁ ନାନୀ ବୋଲି ସମ୍ବୋଧନ କରିଥିଲେ ଯାହା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ସେ ଏହା ମଧ୍ୟ କହିଥିଲେ ଯେ “ବାପାଙ୍କ ଅପମାନ ସହିବିନାହିଁ”। ସେତେବେଳେ ସୌଭିକ କହିଥିଲେ ବାପା ବିଧାୟକ ନାହାନ୍ତି ସତ ହେଲେ ଓଡ଼ିଶାର ଅନେକ ସଂଗଠନ ସହ ବାପା ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଅନେକ ସଂଗଠନ ସହ ଜଡ଼ିତ ଅଛନ୍ତି। ଯାହା ଆଜିର ସାମ୍ବାଦିକ ସମ୍ମିଳନୀ ଯୋଜନାବଦ୍ଧ ବୋଲି ପ୍ରମାଣ କରୁଛି । ତେବେ ସଂସ୍କୃତି ଓ କଳାକାର ପରିଷଦ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପରିଷଦ ସଭାପତି ଲକ୍ଷ୍ମୀଧର ସାହୁ ଏବଂ ସଂଯୋଜକ ବିଶ୍ୱେଶ୍ୱର ପାଣିଗ୍ରାହୀ ସିଧାସଳଖ ଲେଖାଶ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତିନିଦିନ ଭିତରେ କ୍ଷମା ପ୍ରାର୍ଥନା କରିବାକୁ ମହଲତ ଦେଇଛନ୍ତି। “ବିଜୁ ନବୀନ ଇନସ୍ପିରେସନାଲ ଟ୍ରଷ୍ଟ” ଫେବୃଆରୀ ୨୮ ରୁ ଆରମ୍ଭ ଏ କନ୍ଦଳ ଶେଷ ହେବାର ନାଁ ନେଉନାହିଁ। ତେବେ ଚେତାବନୀ ରେ ପରିଷଦ ସଦସ୍ୟ ମାନେ ଆହୁରି କହିଛନ୍ତି ଯେ ତିନିଦିନ ମଧ୍ୟରେ ନିଜର ଅପଶବ୍ଦ ପାଇଁ ଯଦି ଲେଖାଶ୍ରୀ କ୍ଷମା ନମାଗନ୍ତି ତେବେ ରାଜ୍ୟସ୍ତରରେ ୨୯ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲାରେ ସଂକୀର୍ତ୍ତନ ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂସ୍କୃତି ଓ କଳା ପରିଷଦର ସଦସ୍ୟ ପ୍ରତ୍ୟେକ ଜିଲ୍ଲା ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରିବେ ଏବଂ ୩୦ ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ପକ୍ଷରୁ ସଭାପତି କହିଛନ୍ତି ଯଦି ଲେଖାଶ୍ରୀ ପ୍ରଭାତ ବିଶ୍ୱାଳଙ୍କ ପାଇଁ କହିଥିବା ଅପଶବ୍ଦ ପାଇଁ କ୍ଷମା ନମାଗନ୍ତି ତେବେ ରାଜ୍ୟରେ ଥିବା ସବୁ ସଂକୀର୍ତ୍ତନ କଳାକାର ନଦିଆ କୀର୍ତ୍ତନ କରି ଝାଞ୍ଜ ମୃଦଙ୍ଗ ବଜାଇ ପ୍ରତିବାଦ କରିବେ।ତେବେ ଏ ଚେତାବନୀ କେତେ ଫଳପ୍ରଦ ହେଉଛି ଏବଂ ଲେଖାଶ୍ରୀଙ୍କ ଉତ୍ତର କଣ ଆସୁଛି ତାହାରି ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Related Posts