ଗଂଜାମ ପାତ୍ରପୁର ଧାଡିଆମ୍ବ ଗାଁରେ ଅଘଟଣ: ପୋଲିସ ମାଡ଼ରେ ମହିଳାଙ୍କ ମୃତ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

ଗଂଜାମ ପାତ୍ରପୁର ଧାଡିଆମ୍ବ ଗାଁରେ ଘଟିଛି ଅଘଟଣ | ପୋଲିସ ମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ମୃତକ ଜଣଙ୍କ ହେଉଛନ୍ତି ରାହାସ ଶବର । ନିକଟରେ ତାଙ୍କ ସ୍ୱାମୀ ଚକରା ଶବରଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏହାର ପ୍ରତିବାଦ କରିଥିଲେ ମୃତ ମହିଳା | ପରେ ପୋଲିସ ଅଧିକାରୀମାନେ ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା | ଏବଂ ତାଙ୍କ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି |

ସୂଚନାଯୋଗ୍ୟ, ଗତ ୨୦ରେ ପାତ୍ରପୁର ବ୍ଲକରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ହେଲେ ୮୦ ଜଣଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକେ ପୁନର୍ବାର ଭୋଟ୍ କରିବାକୁ ଦାବି କରିଥିଲେ । ଏହାପରେ ୨୩ ତାରିଖରେ ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଗାଁ ଲୋକେ ଭେଟିଥିଲେ । ସନ୍ତୋଷଜନକ ଉତର ନମିଳିବା ପରେ ଗାଁ ଲୋକେ ବିଡିଓଙ୍କୁ ରାସ୍ତାରୁ ଅପହରଣ କରିନେଇଥିବା ଜଣାପଡିଥିଲା । ବୁଝାସୁଝା ପରେ ଲୋକେ ବିଡିଓଙ୍କୁ ଛାଡିଥିଲେ ।

ପରେ ବିଡିଓ ଏନେଇ ଥାନାରେ ଏତଲା ଦେବା ପରେ ପୁୁଲିସ ଆସି ଗାଁରୁ ଦୁଇ ଜଣଙ୍କୁ ଗିରଫ କରିଥିଲା । ଚକରା ଶବରକୁ ଗିରଫ କରିବା ବେଳେ ସ୍ତ୍ରୀ ରାହାସ ଶବର ବିରୋଧ କରିଥିଲେ । ପରେ ପୁଲିସ ତାଙ୍କୁ ମାଡ ମାରିଥିଲା ବୋଲି ଅଭିଯୋଗ ହୋଇଛି । ମହିଳାଙ୍କ ମୃତ୍ୟୁ ପରେ ପୁଲିସ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

Related Posts