ଭୁବନେଶ୍ବର : କମିଶନରେଟ ପୋଲିସ କୁ ମିଳିଲା ସଫଳତା । ରାଜଧାନୀରୁ ଧରାପଡିଲେ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଛି କମିଶନରେଟ୍ ପୋଲିସ ।
ଖବର ଅନୁଯାୟୀ, ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଘରେ ପଶି ଏହି ଗ୍ୟାଙ୍ଗ କରୁଥିଲେ ଲୁଟ୍ । ଯାହାକୁ ନେଇ କମିଶନରେଟ୍ ପୋଲିସ ନିକଟରେ ଅନେକ ଅଭିଯୋଗ ଆସିଥିଲା । ପୋଲିସ ଲଗାତର ଭାବେ ଏମାନଙ୍କ ଉପରେ ନଜର ରଖିଥିଲା । ଶେଷରେ ସୋମବାର ଦିନ ଭୁବନେଶ୍ୱରରେ ଏକ ଅଞ୍ଚଳରୁ ଏହି ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ।
ଗିରଫ ଗ୍ୟାଙ୍ଗ ନିକଟରୁ ପୋଲିସ ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଛି । ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର କୋର୍ଟ ଚାଲାଣ କରାଯିବ ।





