୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁକିନ୍ଦା ଥାନା ଏସ୍‌ଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁକିନ୍ଦା ଥାନାରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଥାନାର ସବ୍‌ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜୈନେକ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ମୁତାବକ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ। ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୁଲିସ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ନିମନ୍ତେ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ଏସ୍‌ଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ଏହି ଘଟଣାରେ ଭିଜିଲାନ୍ସ ଟିମ୍ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତିଙ୍କ ବାସଗୃହରେ ଚଢ଼ଉ କରିବା ପରେ ଅଧିକ ତଦନ୍ତ ପାଇଁ ତାଙ୍କୁ କଟକ ନେଇଥିବା ଜଣାପଡ଼ିଛି।

Related Posts