କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ, ବିମାନବନ୍ଦରରୁ ଗିରଫ କରିଥିଲା ଆସାମ ପୋଲିସ

ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କୁ ଆଶ୍ବସ୍ତି। ପ୍ରଧାନମନ୍ତ୍ରୀଙ୍କ ଉପରେ ଟିପ୍ପଣୀ ପରେ ଗିରଫ ହୋଇଥିବା କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି। ଗୁରୁବାର ରାୟପୁରରେ ହେଉଥିବା କଂଗ୍ରେସ ଅଧିବେଶନ ପାଇଁ ଯୋଗଦେବାକୁ ଯିବାବେଳେ ତାଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଦୀର୍ଘ ସମୟର ହାଇଭୋଲଟେଜ୍ ଡ୍ରାମା ପରେ ଦିଲ୍ଳୀ ଏୟାରପୋର୍ଟରେ ବିମାନରେ ବସିଥିବା କଂଗ୍ରେସ ନେତାଙ୍କୁ ଓହ୍ଲାଇ ଗିରଫ କରିଥିଲା ଆସାମ ପୋଲିସ୍‌।ଏହି ମାମଲାରେ କଂଗ୍ରେସ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ସୂଚନାଯୋଗ୍ୟ ଯେ, ପଓ୍ବନ ଖେଡ଼ା ନିକଟରେ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ ଏକ ଗଣମାଧ୍ୟମ ସମ୍ମିଳନୀରେ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନରେନ୍ଦ୍ର ଗୌତମ ଦାସ ମୋଦୀ ନାମ​‌ରେ ସମ୍ବୋଧିତ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ପଓ୍ବନ ଖେଡ଼ାଙ୍କ ଏହି ବୟାନଙ୍କୁ ନେଇ ଉତ୍ତରପ୍ରଦେଶ ଏବଂ ଆସାମ ସହ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଛି। ଆଉ ଏହି ମାମଲାରେ ଆଜି କାର୍ଯ୍ୟାନୁଷ୍ଠାନ କରିବା ସହ ଆସାମ ପୋଲିସ୍‌ ପଓ୍ବନ ଖେଡ଼ାଙ୍କୁ ଦିଲ୍ଳୀ ଏୟାରପୋର୍ଟରୁ ଗିରଫ କରିଥିଲା।

ତେବେ ସୁପ୍ରିମକୋର୍ଟରେ ଖେଡ଼ାଙ୍କ ତରଫରୁ ରାଜ୍ୟସଭା ସାଂସଦ ଏବଂ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପକ୍ଷ ରଖିଥିଲେ। ସେ ସୁପ୍ରିମକୋର୍ଟକୁ କହିଛନ୍ତି ଖେଡ଼ା ଟିପ୍ପଣୀକୁ ନେଇ ଆଗରୁ କ୍ଷମା ମାଗିସାରିଛନ୍ତି। ଏହା କେବଳ ତାଙ୍କ ପାଟିରୁ ଭୁଲ୍‌ରେ ବାହାରିଯାଇଥିଲା। ଏହାସହ ସିଂଘଭୀ ପଓ୍ବନଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇବାକୁ ଅପିଲ୍‌ କରଥିଲେ। ଅନ୍ୟପଟେ ଆସାମ ପୋଲିସ୍‌ ତରଫରୁ ଉପସ୍ଥିତ ଓକିଲ କୋର୍ଟକୁ ଖେଡ଼ାଙ୍କ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଦାବି କରିଥିଲେ।

Related Posts