ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ଭତ୍ସନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କେନ୍ଦ୍ର ସରକାର ନିଜର ବିଜେପି ଶାସିତ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ନେବାରେ ଏବଂ ମହିଳାଙ୍କ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରେ ବିଫଳ ହୋଇଛି। କଡା ଟିପ୍ପଣୀ କରିବା ସହ ସୁପ୍ରିମକୋର୍ଟ ନାଗାଲାଣ୍ଡରେ ମହିଳାଙ୍କୁ ସଂରକ୍ଷଣ ଦେବାରେ ବିଫଳ ରାଜ୍ୟ ସରକାରଙ୍କୁ ମଧ୍ୟ ତାଗିଦ୍ କରିବା ସହ ପ୍ରଶ୍ନ କରିଛନ୍ତି।
ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଆପଣ ନିଜ ଦଳର ରାଜ୍ୟ ସରକାରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ଆପଣ ଅନ୍ୟ ରାଜ୍ୟ ବିରୋଧରେ କଠୋର ଆଭିମୁଖ୍ୟ ଆପଣଉଛନ୍ତି, ଯିଏ ଆପଣଙ୍କ ପ୍ରତି ଉତ୍ତରଦାୟୀ ନାହାନ୍ତି। କିନ୍ତୁ ଯେଉଁ ରାଜ୍ୟରେ ଆପଣଙ୍କ ସରକାର ରହିଛି, ସେଠାରେ ଆପଣ କିଛି କରୁ ନାହାନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ଏକ ଅବମାନନା ଯାଚିକା ଉପରେ ଶୁଣାଣି ସମୟରେ ଏହି ଟିପ୍ପଣୀ କରିଛନ୍ତି। ଆବେଦନରେ ଅଭିଯୋଗ ହୋଇଛି ଯେ, ନାଗାଲାଣ୍ଡ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସହ ସ୍ଥାନୀୟ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ରାଜ୍ୟ ସରକାର ଏହାର ଅନୁପାଳନ କରିବାରେ ବିଫଳ ହୋଇଥିଲେ।
ଏହାର ଶୁଣାଣି କରି ଜଷ୍ଟିସ ଏସକେ କୌଲ କହିଛନ୍ତି, ମହିଳାମାନଙ୍କୁ ସଂରକ୍ଷଣ ଦେବା ବିରୋଧରେ କୌଣସି ପ୍ରାବଧାନ ରହିଛି କି ? ଯେତେବେଳେ ସମାଜର ସବୁ କ୍ଷେତ୍ରରେ ମହିଳାମାନେ ସମାନ ରୂପରେ ସାମିଲ ହେଉଛନ୍ତି ତେବେ ବିଜେପି ଶାସିତ ରାଜ୍ୟମାନଙ୍କରେ ମହିଳାଙ୍କ ଭାଗିଦାରୀକୁ କାହିଁକି ବିରୋଧ କରାଯାଉଛି । ଏହାର ଜବାବରେ ଆର୍ଟନୀ ଜେନରଲ (ନାଗାଲ୍ୟାଣ୍ଡ) କହିଛନ୍ତି କି ରାଜ୍ୟରେ ଏଭଳି କିଛି ମହିଳା ସଂଗଠନ ରହିଛନ୍ତି (ଯେଉଁମାନଙ୍କ ସଂଖ୍ୟା ବହୁ ଅଧିକ) ସେମାନେ ମହିଳାମାନଙ୍କୁ ସଂରକ୍ଷଣ ଦେବା ବିରୋଧରେ ମତ ଦେଉଛନ୍ତି।





