ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ ହେଲେ ସୁରେଶ ମହାପାତ୍ର

ଭୁବନେଶ୍ଵର,୨୬/୨(ସତ୍ୟପାଠ ବ୍ୟୁରୋ): ଅବସର ସହ ନୂଆ ନିଯୁକ୍ତି । ଆସନ୍ତା ଫେବୃଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୮ରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ସରକାର ମୁଖ୍ୟ ଶାସନ ସଚିବ ଭାବେ ୧୯୮୯ ବ୍ୟାଚର ଆଇଏଏସ୍ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଆସନ୍ତା ମାର୍ଚ୍ଚ ୧ରୁ ଦାୟିତ୍ଵ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଥିବା ବେଳେ ରାଜ୍ୟ ସରକାର ୬ ମାସ ଲେଖାଏ ଦୁଇ ଥର ତାଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ବରୁ ଓପିଜିସି, ଓଏଚପିସି, ଓଟିପିସିଏଲ୍ ଓ ଗ୍ରୀଡକୋରେ କାର୍ଯ୍ୟ କରିଛନ୍ତି ।

Related Posts