ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ସୁରେଶ ପୂଜାରୀ ବାଜମାତ କରିଛନ୍ତି। ସେ ୨୬ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି । ଏଠାରୁ ବିଜେଡି ପୁଣି ଥରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ତାଙ୍କୁ ପଛରେ ପକାଇ ସୁରେଶ ବାଜି ମାରି ନେଇଛନ୍ତି। ଏହା ସହିତ ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି।
ଏହା ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ ସୁରେଶ ପୂଜାରୀ ବିଜେପି ଟିକେଟରୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜୟୀ ହୋଇଛନ୍ତି।
ବରଗଡ଼ ଲୋକସଭା ଆସନରୁ ବିଜେପି ଏଥର ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ବି ଆଗରେ ଥିବା ଜଣାଯାଇଛି।
ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଛି। ବିଜେପି ୭୪ ସିଟ୍ରେ ଆଗରେ ଥିବା ବେଳେ ବିଜେଡି ୫୫, କଂଗ୍ରେସ ୫ ଓ ଅନ୍ୟାନ୍ୟ ୨ ଆସନରେ ଆଗୁଆ ଅଛନ୍ତି।





