ଚାକିରିରୁ ଇସ୍ତଫା ଦେଲେ ସୁରଙ୍କ ସାନପୁଅ ମନ୍ମଥ, ୨୦୨୪ରେ ବାପାଙ୍କ ଜାଗାରେ ଲଢିବେ!

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜାଗାରେ ୨୦୨୪ ନିର୍ବାଚନ ଲଢିବେ ସାନ ପୁଅ ମନ୍ମଥ ରାଉତରାୟ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ଏଥିପାଇଁ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏୟାର ଇଣ୍ଡିଆ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଛନ୍ତି ମନ୍ମଥ । ଚାକିରି ଛାଡ଼ିଥିବା ନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି ।

ତେବେ ଚାକିରି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେ କହିଛନ୍ତି ଯେ, ୨୦୨୪ରେ ବାପା ଆଉ ନିର୍ବାଚନ ଲଢିବେନି । ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡ଼ିଲି । ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ନେଇଛି ନିଷ୍ପତ୍ତି ।

ସୂଚନା ଥାଉକି, ଜଟଣୀ ବିଧାୟକ ସୁର ରାଉତରାୟ ଫେବୃଆରୀ ୨୩ରେ ରାଜନୈତିକ କ୍ୟାରିଅରରୁ ଅବସର ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ମୁଁ ଆଉ ନିର୍ବାଚନ ଲଢିବିନି । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ। ମୋତେ ୮୦ ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ।

Related Posts