ସିଏଫଏସଏଲ୍ ଯିବ ପାରାଦୀପ ସମୁଦ୍ରରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବ୍ରୋଟରୀ (ସିଏଫଏସଏଲ୍) ଯିବ ପାରାଦୀପ ସମୁଦ୍ରରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା। ପାରା ସଂପର୍କରେ ରାଜ୍ୟ ଫରେନସିକ କିଛି ନିର୍ଦ୍ଧିଷ୍ଟ ତଥ୍ୟ ଦେଇ ପାରିଲେ ନାହିଁ । ତେଣୁ ପାରା ଓ ତା ଦେହରେ ଲାଗିଥିବା ଡିଭାଇସକୁ ଚେକ କରିବାକୁ ରାଜ୍ୟ ବାହାରକୁ ପଠାଯିବ । ଅଧିକ ଅନୁସନ୍ଧାନ ପାଇଁ ପାରକୁ ସେଣ୍ଟ୍ରାଲ ଫରେନସିକ ଲ୍ୟାବକୁ ପଠାଯିବ l ହାଇଦ୍ରାବାଦ, କୋଲକତା କିମ୍ବା ଦିଲ୍ଲୀ ସ୍ଥିତ ସିଏଫଏସଏଲ୍ କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଜଗତସିଂହ ପୁର ଏସପି।

ସୂଚନାଯୋଗ୍ୟ ଯେ, ବୁଧବାର ପାରାଦୀପ ସମୁଦ୍ର ମଧ୍ୟରେ ଏକ ଡଙ୍ଗା ମାଛ ଧରୁଥିବାବେଳେ ଏକ ପାରା ଆସି ଡଙ୍ଗା ରେ ବସିଥିଲା। ତେବେ ଏହି ପାରା ର ଗୋଡ଼ରେ ଲାଗିଥିଲା ଏକ ସ୍ପାଏ କ୍ୟାମେରା ଓ ଏକ ଚିପ। ଏହାସହିତ ପାରାର ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିଲା। ଏହାକୁ ଦେଖି ମତ୍ସ୍ୟଜୀବୀଙ୍କ ସନ୍ଦେହ ଉପୁଜିବାର ସେମାନେ ଏହି ପାରାକୁ ପୋଲିସ କୁ ହସ୍ତାନ୍ତର କରିଥିଲେ। ଏହାପରେ ପାରାଦୀପ ପୋଲିସ ଏହି ସନ୍ଦିଗ୍ଧ ପାରାକୁ ଗତକାଲି ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବ୍‌କୁ ପଠାଇଥିଲା । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍‌ ଲାଗିଥିଲା କିଏ ଏହି କ୍ୟାମେରା ଓ ଚିପ୍‌ ଲଗାଇଥିଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା କିନ୍ତୁ ଏହାର କିଛି ନିର୍ଦ୍ଧିଷ୍ଟ ତଥ୍ୟ ବାହାରି ପାରିନଥିଲା ।

Related Posts