ଦେଶରେ ଡିଜେଲ୍ ପେଟ୍ରୋଲ ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଦେଶ ବାସୀ । ସେପଟେ ଏହି ସମସ୍ୟା ରୁ ମୁକ୍ତି ନେଇ ଇ-ଯାନକୁ ପ୍ରୋତ୍ସାହନ କରୁଛନ୍ତି ରାଜ୍ୟ ସରକାର । ଫଳରେ ବିଭିନ୍ନ କମ୍ପାନୀ ଏବେ ଏ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି କରିବାକୁ ଈଚ୍ଛା ପ୍ରକାଶ କରୁଛନ୍ତି। ଏନେଇ ବିଭିନ୍ନ କମ୍ପାନୀ ଈ-ଯାନ ତିଆରି କରିବା ଆରମ୍ଭ କରିଦେଲେଣି। ସୁଜୁକି ମୋଟର କୋର୍ପୋରେସନ(ଏସ୍ଏମ୍ସି) ମଧ୍ୟ ଇ-ଯାନ ପ୍ରସ୍ତୁତି ଦିଗରେ ଜୋର୍ସୋର୍ରେ ଉଧ୍ୟମ ଆରମ୍ଭ କରିଦେଇଛି।
କମ୍ପାନୀ ଗୁଜରାଟରେ ଇ-ଯାନ ନିର୍ମାଣ(ବିଇଭି) ଓ ଏହାର ବ୍ୟାଟେରୀ ନିର୍ମାଣ ପାଇଁ ୧୫୦ ବିଲିୟନ ୟେନ୍ (ପାଖାପାଖି ୧୦୪.୪ ବିଲିୟନ ଭାରତୀୟ ମୁଦ୍ରା) ପୁଞ୍ଜି ନିବେଶ କରିବ। ଏନେଇ ଗୁଜାରଟ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି କମ୍ପାନୀ। ସୁଜୁକି ଭାରତରେ ନୂଆ ଇଲେକ୍ଟ୍ରିକ୍ ଭେଇକଲ ପ୍ରଡକ୍ସନ ଲାଇନ୍ ନିର୍ମାଣ କରିବାକୁ ଯାଉଛି।
୨୦୩୦ ସୁଧା ଭାରତରେ ନୂଆ କରି ବିକ୍ରି ହୋଇଥିବା ୩୦ ପ୍ରତିଶତ କାର ଇଲେକ୍ଟ୍ରିକ୍ କାର ହେବା ଦରକାର ବୋଲି ଭାରତ ଲକ୍ଷ୍ୟ ରଖିଛି। ଏହି ଟାର୍ଗେଟ୍ ପୂରା କରିବା ପାଇଁ ୨୦୧୯ରୁ ସରକାର ଇ-ଯାନ କିଣିବାକୁ ପ୍ରୋତ୍ସାହନ ବି ଦେଉଛନ୍ତି।
ସୁଜୁକି ଇ-ଯାନ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିଲା ଏପରି ସ୍ଥଳରେ ଗୁଜରାଟ ସରକାରଙ୍କ ସହିତ ହୋଇଥିବା ଚୁକ୍ତି କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶ ପାଇଁ ଭଲ ସୁଯୋଗ ଦେବ।





