ଟି-୨୦ ବିଶ୍ୱକପ୍ ୨୦୨୨: ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ

ଦିଲ୍ଲୀ: ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଛି ଏହି ମ୍ୟାଚ୍ । ତେବେ ଗତକାଲି ଦୁଇଟି ମ୍ୟାଚ୍ ଖେଳା ଯାଇଥିବା ବେଳେ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଯେଉଁ ସବୁ ଆକଳନ କରାଯାଉଥିଲା ତାର ବିପରୀତ ଘଟଣା ଦେଖିବାକୁ ମିଳିଛି ।

ଗତକାଲି ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ନାମବିଆ ଶୋଚନୀୟ ଭାବେ ପରାଜିତ କରିଥିଲା ।
ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡ ୟୁଏଇକୁ ହରାଇଥିଲା ।

ଆଜି ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି ।ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Related Posts