ଟି-୨୦ ବିଶ୍ୱକପ୍‌; ଦ୍ୱିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ଭାରତ ବ୍ୟାଟିଂ କରିବ। ଇଂଲଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ ହୋଇଥିବାବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି।

ଆହତ ଡେଭିଡ ମଲାନ ଏବଂ ମାର୍କ କାଡଙ୍କ ସ୍ଥାନରେ ଇଂଲଣ୍ଡ ଫିଲ ସଲ୍ଟ ଏବଂ କ୍ରିସ ଜୋର୍ଡାନଙ୍କୁ ସାମିଲ କରିଛି। ସେହିପରି ଭାରତୀୟ ଦଳରେ ଦିନେଶ କର୍ତିକଙ୍କ ସ୍ଥାନରେ ଟିମ୍ କୁ ଫେରିଛନ୍ତି ରିସଭ ପନ୍ଥ।

ଗ୍ରୁପ-୨ରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଗ୍ରୁପ-୧ରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ଏକ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ଦଳ ମଧ୍ୟରୁ ବିଜୟୀ ଦଳ ଫାଇନାଲ ରେ ପାକିସ୍ତାନକୁ ଭେଟିବ। ଗତକାଲିର ପ୍ରଥମ ସେମିଫାଇନାଲ ରେ ନ୍ୟୁଜିଲାଣ୍ଡ କୁ ହରାଇ ପାକିସ୍ତାନ ଫାଇନାଲ ରେ ପ୍ରବେଶ କରିଛି।

Related Posts