ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳ ହେବ ଟି-୨୦ ବିଶ୍ୱ କପ । ତେବେ ଖେଳା ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଟିମ ନୂଆ ଜର୍ସରେ ନଜର ଆସିବ । ଟିମର ଅଫିସିଆଲ କିଟ୍ ସ୍ପନସର ଏମପିଏଲ ସ୍ପୋର୍ଟ୍ସ ମଙ୍ଗଳବାର ଏକ ଘୋଷଣ କରିଛି ଯେ, ମ୍ୟାନ ଇନ ବ୍ଲୁ ଆସନ୍ତା ଟି-୨୦ ବିଶ୍ୱ କପ ୨୦୨୨ରେ ନୂଆ ଜର୍ସିରେ ଦେଖାଯିବ।
ଏମପିଏଲ ସ୍ପୋର୍ଟ୍ସର ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି, ଏଥିରେ ରୋହିତ ଶର୍ମା, ଶ୍ରେୟସ ଆୟର ଏବଂ ହାର୍ଦିକ ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସୁଛନ୍ତି । କିନ୍ତୁ ଜର୍ସି ଉପରେ ସେମାନେ ଏକ ଜ୍ୟାକେଟ୍ ପିନ୍ଧି ରଖିଛନ୍ତି।
ଭିଡିଓରେ ରୋହିତ ଏବଂ ହାର୍ଦିକ ପାଣ୍ଡ୍ୟା ଟ୍ରାକ୍ ସୁଟ୍ ଭିତରେ ଜର୍ସି ପିନ୍ଧିଛନ୍ତି, ଯାହା ଦେଖିବାକୁ ଲାଇଟ୍ ବ୍ଲୁ । ଜର୍ସିର ରଙ୍ଗ ପୂର୍ବ ଜର୍ସି ଠାରୁ ନିଶ୍ଚିତ ଭିନ୍ନ ଥିବ। ପୂର୍ବରୁ ଏହା ଗାଢ ନୀଳ ରଙ୍ଗର ଥିଲା । ୨୦୨୦ ମସିହାରେ ଏମସିଏଲ କିଟ୍ ସ୍ପନସର ହେବା ପରେ ଏହା ଭାରତୀୟ ଟିମର ତୃତୀୟ ଜର୍ସି ହେବ।
ବର୍ତ୍ତମାନ ସମୟରେ ଭାରତୀୟ ଟିମର ଜର୍ସି ନେଭି ବ୍ଲୁ ରହିଛି। କିନ୍ତୁ ଏମଲିଏସ ଦ୍ୱାରା କରାଯାଇଥିବା ଟ୍ୱିଟରୁ ନୂଆ ଜର୍ସି ହଲକା ନୀଲ ଥିବା ଜଣାପଡୁଛି। ଏପରି ସ୍ଥିତିରେ ନୂଆ ଜର୍ସିକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି। ତେବେ ଆନୁଷ୍ଠାନିକ ଭାବେ ଜର୍ସିର ଲଞ୍ଚ ହୋଇ ନାହିଁ।





