ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ଚଳିତ ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭାରତ ୫୦ ରନରେ ବିଜୟୀ ହୋଇଛି। ବିଜୟୀ ହେବା ସହ ସେମି ଫାଇନାଲରେ ନିଜର ସ୍ଥାନ କରିଛି।
ତେବେ ଚଳିତ ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ ସଂଗ୍ରହ କରିଥିଲା। ୨୦ ଓଭର ଖେଳି ଭାରତ ୫ ୱିକେଟ ହରାଇ ୧୯୬ ରନ୍ କରିବା ସହ ବାଂଲାଦେଶକୁ ବିଜୟ ପାଇଁ ୧୯୭ ରନ୍ର ଆବଶ୍ୟକତା ରହିଛି।
ସ୍ଥାନୀୟ ନର୍ଥ ସାଉଣ୍ଡର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା।
ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୨୩ ରନ୍ କରିଥିବାବେଳେ ବିରାଟ କୋହଲି ୩୭ ରନ୍ କରିଥିଲେ। ସେହିପରି ରିଷଭ ପନ୍ତ ୩୬ ରନ୍, ସୂର୍ଯ୍ୟକୁମାର ଯାଦବ ୬ ରନ୍, ଶିବମ ଦୁବେ ୩୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ୍, ଅକ୍ଷର ପଟେଲ ୩ରନ୍ କରିଥିଲେ। ପାଣ୍ଡ୍ୟା ଶେଷ ଯାଏ ଅପରାଜିତ ରହି ୨୭ ବଲରେ ୫୦ ରନ୍ର ଇଂନିସ ଖେଳିଛନ୍ତି। ଏହି ଇନିଂସରେ ୩ଟି ଛକା ଓ ୪ଟି ଚୌକା ମାରିଛନ୍ତି।





