ଟି-୨୦ ବିଶ୍ଵ କପ୍ ୨୦୨୨: ମ୍ୟାଚ୍ ଖେଳି ପାରିବେ କୋଭିଡ୍-୧୯ ପଜିଟିଭ୍ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ଵ କପ୍ ୨୦୨୨। ଏହାର ଶୁଭାରମ୍ଭ ଗତକାଲି ଆରମ୍ଭ ହୋଇଯାଇଥିବା ବେଳେ, ଅକ୍ଟୋବର ୧୬ରୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ । ଏହା ପରେ ୨୨ ତାରିଖରୁ ଆରମ୍ଭ ହେବ ସୁପର ୧୨ ମୁକାବିଲା। ଜାରି ବିଶ୍ଵ କପ୍ ସମୟରେ ଆଇସିସି ପକ୍ଷରୁ କୋଭିଡ୍‌ର ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ଅନୁଯାୟୀ, କୋଭିଡ୍-୧୯ ପଜିଟିଭ୍ ଖେଳାଳିକୁ ମ୍ୟାଚ୍ ଖେଳିବାର ଅନୁମତି ଦିଆଯିବ।

କ୍ରିକେଟ୍ ଡଟ୍ କମ୍ ଏୟୁର ରିପୋର୍ଟ ଅନୁସାରେ ବିଶ୍ଵ କପ୍ ସମୟରେ କୋଭିଡ୍ ପଜିଟିଭ୍ ଖେଳାଳିଙ୍କୁ ଟି-୨୦ ବିଶ୍ଵ କପ୍‌ରେ ଖେଳିବାର ଅନୁମତି ଦିଆଯିବ। ଖେଳାଳିଙ୍କୁ ଆଇସୋଲେସନରେ ରହିବାକୁ ପଡିବ ନାହିଁ। ଏଥିପାଇଁ ଡାକ୍ତରଙ୍କ ଅନୁମତି ଦରକାର ବୋଲି ଆଇସିସି କହିଛି। ଯଦି କୌଣସି ଖେଳାଳି ପଜିଟିଭ୍ ତେବେ ଦଳଗୁଡିକୁ ନିଜ ଖେଳାଳି ବଦଳାଇବାର ଅନୁମତି ଦିଆଯିବ। ପଜିଟିଭ୍ ଖେଳାଳିଙ୍କୁ ଖେଳିବାକୁ ଅନୁମତି ନମିଳିଲେ ଦଳକୁ ତାଙ୍କ ସ୍ଥାନରେ ବଦଳ ଖେଳାଳି ସାମିଲ୍ କରିବାକୁ ଅନୁମତି ଦିଆଯିବ।

ନେଗେଟିଭ୍ ରିପୋର୍ଟ ଆସିଲେ ପୁଣି ଥରେ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇ ପାରିବ। ପଜିଟିଭ୍ ଖେଳାଳିଙ୍କ ଖେଳିବାରେ କୌଣସି ବାଧା ନାହିଁ। କେବଳ ଦଳ ପ୍ରବନ୍ଧକ ଉପରେ ନିର୍ଭର କରେ ଯେ, ସେ ଉକ୍ତ ଖେଳାଇବାକୁ ଚାହାନ୍ତି କି ନାହିଁ।

Related Posts