ଟି-୨୦ ବିଶ୍ବକପ: ପରାଜୟ ଆମକୁ ବହୁତ୍ ଦୁଃଖ ଦେଇଛି: କ୍ରିକେଟର ଆର ଅଶ୍ବିନୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ମ୍ୟାଚ୍ ଭାରତୀୟ ଟିମ୍ ଓ ସମଗ୍ର ଭାରତୀୟଙ୍କୁ ବହୁତ୍ ଦୁଃଖ ଦେଇଛି। ଏହି ବିଶ୍ବକପକୁ ଭାରତର ହା‌ତେଇବା ଆଶା ଆଶାରେ ରହି ଯାଇଛି। ସେମିଫାଇନାଲରୁ ଫାଇନାଲକୁ ଯାଇପାରିନଥିଲା ଭାରତ। ଶେଷର ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟ ଫାଇନାଲ ମ୍ୟାଚ ଖେଳାଯାଇଥିବା ବେଳେ ଟି-୨୦ ବିଶ୍ବକପ ହାତେଇଥିଲା ଇଂଲଣ୍ଡ। ଭାରତ ଫାଇନାଲରେ ନପହଞ୍ଚିବା ଏବଂ ବିଶ୍ବକପ ନଜିତିବାରୁ ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଥିବା ବେଳେ ଏବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର ଆର ଅଶ୍ବିନୀ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ଟୁର୍ନାମେଣ୍ଟ ନଜିତିବା କିମ୍ବା ଫାଇନାଲରେ ପ୍ରବେଶ ନକରିବାଟା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଦୁଃଖ ଦେଇଛି। ଏଭଳି ହେବା ସ୍ବାଭାବିକ। ସମସ୍ତଙ୍କ ମନ ଦୁଃଖ ହୋଇଥିବ ବୋଲି ମୁଁ ଜାଣିପାରୁଛି। ମୁଁ ଭାବୁନାହିଁ ଯେ କୌଣସି ବାହାନା କ୍ରିକେଟ ପ୍ରେମୀଙ୍କୁ ଏହି ଦୁଃଖ ଭୁଲିବାରେ ସାହାଯ୍ୟ କରିବ। ନିଶ୍ଚିତ, ଏହା ଏକ ନିରାଶାଜନକ ଘଟଣା। କିନ୍ତୁ ଆମ ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପଡିବ। ଟି-୨୦ ବିଶ୍ବକପରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଏଥିପାଇଁ ଆମେ ସେମିଫାଇନାଲରେ ପହଞ୍ଚିଥିଲୁ। କିନ୍ତୁ ସେମିଫାଇନାଲରେ ଆମେ ହାରିଗଲୁ। ହେଲେ ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିବା ଛୋଟ କଥା ନୁହେଁ। ଏହାକୁ ଏକ ସଫଳତା ଭାବରେ ଆମକୁ ଗ୍ରହଣ କରିବା ଉଚିତ୍। କାରଣ ଆପଣ ଯେତିକି ଦୁଃଖୀ ନୁହନ୍ତି, ତା’ଠାରୁ ୨୦୦-୩୦୦ ଗୁଣ ଦୁଃଖୀ ଆମେ ଅଛୁ। ଏହି ପରାଜୟ ଆମକୁ ମଧ୍ୟ ଦୁଃଖ ଦେଇଛି। ହେ‌ଲେ ସବୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ହେବ ।

Related Posts