ଟି-୨୦ ବିଶ୍ୱକପ୍‌: ଏସିଆ ଚାମ୍ପିଅନ୍‌ ଶ୍ରୀଲଙ୍କାକୁ ୫୫ରନ୍‌ରେ ପରାସ୍ତ କଲା ନାମ୍ବିଆ

ପର୍ଥ : ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌ । ତେବେ ପ୍ରଥମ ମ୍ୟାଚ୍‌ରେ ହିଁ ବଡ଼ ଧରଣର ଓଲଟପାଲଟା ଦେଖିବାକୁ ମିଳିଛି । ଏସିଆ ଚାମ୍ପିଅନ୍‌ ହୋଇଥିବା ଶ୍ରୀଲଙ୍କାକୁ ୫୫ରନ୍‌ରେ ପରାସ୍ତ କରିଛି ନାମ୍ବିଆ ।

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ନାମ୍ବିଆର ଓପନର । ହେଲେ ଶ୍ରୀଲଙ୍କାର ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ନାମ୍ବିଆର ବ୍ୟାଟସମ୍ୟାନ୍‌ । ଇଂନିସର ୨ୟ ଓଭରରେ ହିଁ ଲାଗିଥିଲା ଟିମ୍‌କୁ ପ୍ରଥମ ଝଟ୍‌କା । ପରେ ପରେ ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌ । ତେବେ ମଧ୍ୟକ୍ରମରେ ଆସିଥିବା ଜାନ୍‌ ଫ୍ରାଏଲିଙ୍କଙ୍କ ଧୁଆଁଧାର ଇଂନିସ ବଦଳରେ ନାମ୍ବିଆ ଭଲ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ସେ ୨୮ଟି ବଲ୍‌ରେ ୪ଟି ଚୈାକା ସହ ୪୪ ରନ୍‌ ସଂଗ୍ରହ କରିଥିଲା । ତାଙ୍କ ପରେ ଅଧିନାୟକ ଏରାମୁସ ୨୦ ରନ୍‌, ବାର୍ଡ ୨୬ରନ୍‌, ଲୋଫିଟି ଏଟୋନ ୨୦ ରନ୍‌, ସ୍ମିତ ୩୧ରନ୍‌ କରିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ମୋଟ ୧୬୩ ରନ୍‌ ସଂଗ୍ରହ କରିଥିଲେ ।

Related Posts