ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଚାଲିଗଲା ବିଦ୍ୟୁତ । ଫଳରେ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଏକ ନିନ୍ଦା ସଦୃଶ ହୋଇଥିବାବେଳେ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖି ନିଜ ଉପରୁ ସବୁ ଦୋଷ ଝାଡି ଦେଇଛି ଟାଟା ପାୱାର।
ଟୁଇଟ କରି ଘଟଣାର ସ୍ପଷ୍ଟିକରଣ ରଖି ଟାଟା ପାୱାର କହିଛି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାଓ୍ବାର କଟ୍ ହୋଇନାହିଁ। ତେଣୁ ଏହି ତ୍ରୁଟି ପାଇଁ ଟାଟା ପାୱାର ଦାୟୀ ନୁହେଁ। ଏହାସହିତ କାର୍ଯ୍ୟକ୍ରମ ସ୍ଥଳରେ କୌଣସି ୱାରିଂ ସମସ୍ୟା ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି।
ସେପଟେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି ବିଶ୍ଵବିଦ୍ୟାଳୟର କୁଳପତି ଏହାସହିତ ବିଶ୍ଵବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଏଭଳି ବଡ ତ୍ରୁଟିକୁ ଏବେ ସାରା ରାଜ୍ୟରୁ ନିନ୍ଦା କରାଯାଉଛି। ତେବେ ଏଭଳି ତ୍ରୁଟି ପାଇଁ ଆଗକୁ କିଛି ବଡ କାର୍ଯ୍ୟନୁଷ୍ଠାନ ହେଉଛି ନା ଜଣେ ତଳ ସ୍ତରର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିଲମ୍ବନ କରି ସମସ୍ତେ ଚୁପ୍ ବସୁଛନ୍ତି ତାହା ଉପରେ ନଜର ରହିଛି।





