ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଭାରତୀୟ ଖେଳାଳୀ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆରେ କେ.ଏଲ୍. ରାହୁଲ ଏବଂ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି ତିଳକ ବର୍ମାଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ ୩ ସ୍ପିନରଙ୍କ ସହିତ ମୈଦାନକୁ ଓହ୍ଲାଇବ। କୁଲଦୀପ ଯାଦବଙ୍କ ସହିତ ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କୁ ମଧ୍ୟ ସୁଯୋଗ ମିଳିଛି।
ଅନ୍ୟ ପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କୁ ଟିମ୍ରୁ ବାଦ୍ ଦିଆଯାଇଛି। ଭାରତ ଏହାର ସ୍କାଡ୍ରେ ଜସପ୍ରିତ ବୁମ୍ରାହ ସମେତ ୪ଜଣ ଦ୍ରୁ୍ତ ବୋଲରଙ୍କୁୂ ଚୟନ କରାଯାଇଛି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ଅଲରାଉଣ୍ଡର ରହିବେ। ସେହିପରି ସଞ୍ଜୁ ସାମସନ୍ଙ୍କୁ ଷ୍ଟାଣ୍ଡବାଏ ରଖାଯାଇଛି।
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ:
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ ରାହୁଲ, ସୁର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଲ ଠାକୁର, ଶୁଲଦୀପ ଯାଦବ, ଜସପ୍ରିତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ସଞ୍ଜୁ ସାମସନ୍





