ନୂଆଦିଲ୍ଲୀ: ପାକିସ୍ତାନ କୁ ହରାଇ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ ।
ବିଦେଶରେ ଫୁଟିଛି ବାଣ । ଆଗୁଆ ସମଗ୍ର ଦେଶବାସୀଙ୍କୁ ଦୀପାବଳି ଭେଟି ଦେଲା ଟିମ୍ ଇଣ୍ଡିଆ । ଭାରତର ବ୍ୟାଟିଂ ବାଣରେ ଓଦା ହୋଇଗଲା ପାକିସ୍ତାନ । ଅର୍ଥାତ ଦୀବାପଳି ପୂର୍ବରୁ ବିଦେଶରେ ବିଜୟ ହାସଲ କରି ଭାରତକୁ ଆଗୁଆ ଭେଟି ଦେଇଛି ଟିମ୍ ଇଣ୍ଡିଆ ।
ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱକପର ପ୍ରଥମ ସୋପାନ ଚଢିଛି ଟିମ୍ ଇଣ୍ଡିଆ ।
ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଯୋଡି ଭାରତର ବିଜୟ ରାସ୍ତାକୁ ସହଜ କରିଥିଲା । ନିର୍ଦ୍ଧାରିତ ଓଭରରେ ୧୬୦ରନ୍ କରି ଭାରତ ପିନ୍ଧିଛି ବିଜୟ ମୁକୁଟ । କୋହଲିଙ୍କ ଚମତ୍କାର ବ୍ୟାଟିଂ ଭାରତକୁ ବିଜୟ କରିଛି ।
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱ କପରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଟସ ଜିତି ପ୍ରଥମେ ବୋଲିଂ କରି ଭାରତୀୟ ଟିମ ପାକିସ୍ତାନକୁ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନରେ ସୀମିତ ରଖିବାରେ ସଫଳ ହୋଇଛି । ବିଜୟ ପାଇଁ ଭାରତ ଆଗରେ ୧୬୦ ରନ ଲକ୍ଷ୍ୟ ଥିବା ବେଳେ ଯାହାକୁ ଭାରତ ଲକ୍ଷ୍ୟ ହାସଲ କରି ବିଜୟ ହାସଲ କରିଛି ।
ପାକିସ୍ତାନ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି ।
ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା। ଅଧିନାୟକ ବାବର ଆଜାମ ଖାତା ନ ଖୋଲି ପ୍ରଥମ ବଲରେ ଅର୍ଶଦୀପ ସିଂଙ୍କ ଶିକାର ହୋଇଥିଲେ। ଏହାପରେ ଇନଫର୍ମ ବ୍ୟାଟର ମହମ୍ମଦ ରିଜୱାନ ମଧ୍ୟ ୪ ରନ କରି ଫାଭିଲିଆନ ଫେରିଥିଲେ । ତେବେ ଏହାପରେ ମଧ୍ୟକ୍ରମରେ ସାନ ମସୁଦ ଏବଂ ଇଫତିଖାର ଅହମଦ ଟିମକୁ ସମ୍ଭାଳିଥିଲେ । ଦୁହେଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଇଫକିଖାର ୩୫ ବଲରୁ ୫୧ ରନ କରି ଆଉଟ ହୋଇଥିଲେ। ସେହିପରି ସାନ ମାସୁଦ ଅପରାଜିତ ୫୨ ରନ କରିଥିଲେ।





