ରାଜ୍ୟରେ ପୁଣି ବଢ଼ିଲା ତାପମାତ୍ରା: ୪୩ ଡିଗ୍ରୀ ଛୁଇଁଲା ସୋନପୁର ତାପମାତ୍ରା

ଭୁବନେଶ୍ୱର: କିଛି ଦିନ ପରେ ପୁଣି ଥରେ ଲେଉଟାଣି ଦେଲା ଗରମ | ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ ହେଉଥିବା ବେଳେ, ସୋନପୁର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିବାବେଳେ ଟିଟିଲାଗଡ଼ ୪୩.୨ ଡିଗ୍ରୀରେ ଛଟପଟ ହୋଇଛି । ଏହି ୨ ସହର ସମେତ ରାଜ୍ୟର ୧୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଏଭଳି ସ୍ଥିତି ରହିବ । ଅପରପକ୍ଷରେ ଗରମ ବଢ଼ିବା ସହ କାଳବୈଶାଖୀ ବି ହେବ । ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣର କେତେକ ଜାଗାରେ କାଳବୈଶାଖୀ ହୋଇପାରେ ।

ବିଶେଷ କରି ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ଅଛି |

Related Posts