ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲ୍ଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭୟଙ୍କର ଆକ୍ରମଣ । ତେବେ ବାଣପୁର ବ୍ଲୁ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଜ୍ଞଦ୍ଦେବଙ୍କୁ ଭୟଙ୍କର ଆକ୍ରମଣ ହୋଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଯାଇଛନ୍ତି । ସେପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ବିଧାୟକ ଯାଉଥିବାବେଳେ ତାଙ୍କୁ ଏହି ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି ।
ଲୋକମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବାକୁ ମଧ୍ୟ ଚେଷ୍ଟା କରୁଥିବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ ଚିଲ୍ଲିକା ବିଧାୟକ ଲହୁଲୁହାଣ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଧାୟକ ନିଜେ ଗାଡ଼ି ଚଳାଇ ଆସୁଥିଲେ । ଭିଡ ଅଧିକ ଥିବା ସ୍ଥାନକୁ ପ୍ରଶାନ୍ତ ଜଜ୍ଞଦ୍ଦେବଙ୍କ ଗାଡ଼ି ପ୍ରବେଶ କରିଥିଲା । ଏଥିରେ ଦୁଇ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଏହା ସହ ୩ ଜଣ ସ୍ଥାନୀୟ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଫଳରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ଉତ୍ତକ୍ତ ଜନତା ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲେ ।
ନିଜର ବୟାନ ଏବଂ କାର୍ଯ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି ଚିଲ୍ଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





