ବନ୍ୟା ଜଳ ପ୍ରବେଶ କମିବାରୁ ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍ । ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିବାରୁ ପର୍ଯ୍ୟାୟକ୍ରମେ ବନ୍ଦ ହେଲା ୧୦ଟି ଗେଟ୍ । ବନ୍ୟା ଜଳ ପ୍ରବେଶ କମିବାରୁ ଗେଟ୍ ବନ୍ଦ ହୋଇଛି । ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।

ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଛି ।ବେଲଗାଁରେ ୧୩,୨୦୦ କ୍ୟୁସେକ୍, ପର୍ଥଲାରେ ୫୫,୧୧୯ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀରେ ୩,୪୭,୪୮୨ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେଉଥିଲା ।

Related Posts