ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫୭ ଲକ୍ଷ ନେଇ ATM ଭ୍ୟାନ୍ ଡ୍ରାଇଭର୍ ଫେରାର୍ । ଗାଡିରେ ୫୭ ଲକ୍ଷ ଟଙ୍କା ନେଇ ବୋଡେନ, ସିନାପାଲି ଅଞ୍ଚଳର ବିଭିନ୍ନ ATMରେ ଭରିବାର ଥିବା ବେଳେ ଗାଡିକୁ ନେଇ ଡାଇଭର ଛୁ ମାରିଛି । ସିକ୍ୟୁରିଟି ଗାର୍ଡ ଏବଂ ଉଗଝ କର୍ମଚାରୀଙ୍କ ଅବହେଳାରୁ ଘଟିଛି ଏଭଳି ଘଟଣା ।
ବ୍ୟାଙ୍କରୁ ଟଙ୍କା ଆଣି ଭ୍ୟାନରେ ରଖିବା ପରେ ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଦୁଇ କର୍ମଚାରୀଙ୍କୁ ନ ନେଇ ଡ୍ରାଇଭର ଭ୍ୟାନ ନେଇ ଫେରାର ମାରିଥିଲା । ନୂଆପଡା-ବଲାଙ୍ଗୀର ସିମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲରୁ ଗାଡିକୁ ଉଦ୍ଧାର କରାଯାଇଛି । ଟଙ୍କାକୁ ନେଇ ଅସ୍ଥାୟୀ ଡ୍ରାଇଭର ଫେରାର ମାରିଥିବା ସୂଚନା ମିଳୁଛି । ଘଟଣା ସ୍ଥଳରେ ଖରିଆର ପୋଲିସ ତଦନ୍ତ ଆରମ୍ଭ କରିଛି ।





