ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ଭୁବନେଶ୍ୱର,୨୮/୮(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ୨ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍‌ ରେଳଲାଇନ ରାୟଗଡ଼ ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍‌ ପାଇଁ ୧୩୬୦ କୋଟି ଟଙ୍କା।

ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୧୩୮ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ ।

Related Posts