ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲାର ସମସ୍ତ ୧୦ଟି ଜିଲ୍ଲାପରିଷଦ ଆସନରେ ବାଜି ମାରିଲା ବିଜେଡି । ପ୍ରଥମ ପର୍ୟ୍ୟାୟ ଗଣତି ଯାଜପୁର ଜିଲ୍ଲାର ୧୦ ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ସମସ୍ତ ୧୦ଟି ଯାକ ଜୋନରେ ଜିତିଥିବା ପ୍ରଶାସନିକ ଘୋଷଣା ହୋଇଛି। କୋରେଇ-ଜୋନ(୧)ରୁ ସସ୍ମିତା ତରାଇ, ଦଶରଥପୁର-ଜୋନ(୪)ରୁ ପାର୍ଥସାରଥୀ ମହାପାତ୍ର, ଦାନଗଦି-ଜୋନ(୮)ରୁ ସ୍ମତିରାଣୀ ରାଉତ, ଧର୍ମଶାଳା-ଜୋନ(୧୧)ରୁ ସୁଧାଂଶୁ ଭୂଷଣ ସାହୁ, ବଡ଼ଚଣା-ଜୋନ(୧୬)ରୁ ଯତିନ୍ଦ୍ର ପ୍ରସାଦ ନାୟକ, ବରୀ-ଜୋନ(୨୧)ରୁ ଅଶୋକ କୁମାର ସାମଲ, ବିଂଝାରପୁର-ଜୋନ(୨୫)ରୁ ଅହଲ୍ୟା ସ୍ବାଇଁ, ଯାଜପୁର-ଜୋନ(୨୯)ରୁ ପ୍ରେମାନନ୍ଦ ଜେନା, ରସୁଲପୁର-ଜୋନ(୩୩)ରୁ ଶିଶିର କୁମାର ମହାନ୍ତି ଓ ସୁକିନ୍ଦା-ଜୋନ(୩୭)ରୁ ଜେମା ଚାଖୀ ଆଦି ବିଜେଡି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି।
୨୦୧୭ ତୁଳନାରେ ବେଶ୍ ଭଲ ପ୍ରଥମ ଦିନ ଜିଲ୍ଲା ପରିଷଦର ଗଣତିରେ ବିଜେଡି ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏଯାବତ୍ ଘୋଷିତ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଭିତରୁ ୨୩୦ରେ ବିଜେଡି, ବିଜେପି ୧୦ଟି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି।





