ବିଜେପି ନିଜ କ୍ଷମତାର ଅପବ୍ୟବହାର କରୁଛି; ଏପରି କରି ଭାରତୀୟ ଗଣତନ୍ତ୍ରକୁ ସେମାନେ ଅସତ୍ୟ ଆଡ଼କୁ ନେଉଛନ୍ତି: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ସରକାର ବର୍ତ୍ତମାନ ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ ନ୍ତି କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ସଭାପତି ନାନା ପଟୋଲେଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ବିଜେପି ନିଜର କ୍ଷମତାର ଅପବ୍ୟବହାର କରୁଛି, ସେମାନେ ଭାରତୀୟ ଗଣତନ୍ତ୍ରକୁ ଅସତ୍ୟ ଆଡକୁ ନେଉଛନ୍ତି। ମୁଁ ନିଶ୍ଚିତ ଯେ ସତ୍ୟ ଜିତିବ । ମୁଁ ଆଜି ସମସ୍ତ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ଏକ ବୈଠକ ଡାକିଛି ବୋଲି ସେ କହିଛନ୍ତି । ଏହା ସହ ଏମଭିଏ ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ବିଜେପି ପାଇଁ ସ୍ୱପ୍ନ ବୋଲି ସେ କହିଛନ୍ତି । ସେପଟେ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି(ଏମଭିଏ)କୁ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଛଅଟିରୁ ଗୋଟିଏ ଆସନରେ ପରାଜୟର ମୁହଁ ଦେଖିବାକୁ ମିଳିଛି ।

ଶିବସେନା, ଏନସିପି ଏବଂ କଂଗ୍ରେସ ଏମଭିଏର ସହଯୋଗୀ ଦଳ । ପ୍ରତ୍ୟେକ ଦଳ ବିଧାନ ପରିଷଦର ୧୦ ସିଟ୍ ପାଇଁ ଅନୁଷ୍ଠିତ ନିର୍ବାଚନରେ ଦୁଇ ଦୁଇ ପ୍ରାର୍ଥୀ ଦେଇଥିଲେ । ହେଲେ କଂଗ୍ରେସର ଦଳିତ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପରାଜୟ ସାମ୍ନା କରିବାକୁ ପଡିଛି । ବିରୋଧୀ ବିଜେପିର ସମସ୍ତ ପାଞ୍ଚ ପ୍ରାର୍ଥୀ ଜିତିବାରେ ସଫଳ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts