ଗୋଆ ଓ ମଣିପୁରରେ ବହୁମତ ଆଡ଼କୁ ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଆରମ୍ଭ ହୋଇଛି । ଏହା ମଧ୍ୟରେ ଗୋଆ ଓ ମଣିପୁରରେ ବହୁମତ ଆଡ଼କୁ ରହିଛି ବିଜେପି । ଗୋଆରେ ୪୦ ଟି ଏବଂ ମଣିପୁରରେ ୬୦ ଟି ସିଟ ପାଇଁ ଗଣନା ଆରମ୍ଭ ହୋଇଛି। ଫେବୃଆରୀ ୧୪ ରେ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ମଣିପୁରରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୫ ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମଣିପୁରର ଉଭୟ ପର୍ଯ୍ୟାୟରେ ମୋଟ ୨୬୫ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଗୋଆରେ ୪୦ ଟି ଆସନ ପାଇଁ ୩୦୧ ଜଣ ପ୍ରାର୍ଥୀ ଭାଗ ନେଇଥିଲେ। ସେପଟେ ଗଣତିର ପ୍ରଥମ ଘଣ୍ଟାରେ ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।

ହେଲେ ମଣିପୁରରେ ବିଜେପି ବାଜି ମାରିବାରେ ଲାଗିଛି । ଭୋଟ ଗଣନର ଦ୍ୱିତୀୟ ଘଣ୍ଟାରେ ଫଳାଫଳ ପରିବର୍ତ୍ତନ ହେବାରେ ଲାଗିଛି । ଗୋଆରେ, ଯେଉଁଠାରେ ବିଜେପି ୧୬ ଟି ଆସନରେ ଆଗେଇ ଆସୁଛି, ମଣିପୁରରେ ଦଳ ୨୯ ଟି ଆସନରେ ଆଗୁଆ ରହିଛି। ଉଭୟ ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତାର ନିକଟତର ହୋଇଛି। ଗୋଆରେ ବିଜେପି ୧୮ ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୧୧ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

Related Posts