ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାନଦୀରୁ ମିଳିଲା ଫେରାର ଅଭିଯୁକ୍ତର ମୃତଦେହ । ଯୋବ୍ରା ନିକଟରେ ଭାସୁଛି ଶଙ୍କର୍ଷଣ ବେହେରା ଓରଫ ବବୁଲଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ବିଡାନାସୀ ଥାନା ଅଞ୍ଚଳର ଶଙ୍କର୍ଷଣ ବେହେରା । ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତଦେହ ଯୋବ୍ରା ନିକଟରେ ଭାସୁଥିବା ଦେଖିବାକୁ ମିଳିଛି । ତେବେ ଏକ ଚୋରୀ ମାମଲାରେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଟକ ଥିଲା ଅଭିଯୁକ୍ତ ।ସେଠାରୁ ପୋଲିସକୁ ଧକ୍କା ଦେଇ ଚମ୍ପଟ ମାରିବା ସହ ମହାନଦୀକୁ ଡେଇଁ ପଡିଥିଲା ଅଭିଯୁକ୍ତ ।
ସୂଚନା ଥାଉକି, ପୋଲିସ ହେଫାଜତରୁ ଅଭିଯୁକ୍ତ ଫେରାର ହୋଇଥିଲେ ଅଭିଯୁକ୍ତ । ତେବେ ମହାନଦୀରେ ବୁଡି ଅଭିଯୁକ୍ତ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପରିବାର । କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଞ୍ଚଳରେ ଶଙ୍କର୍ଷଣଙ୍କ ପରିବାର । ମୋବାଇଲ ଚୋରୀ ମାମଲାରେ ପୋଲିସ ଅଭିଯୁକ୍ତ ଶଙ୍କର୍ଷଣକୁ ସନ୍ଦେହରେ ଉଠାଇଥିଲା ।
ଗତ ତିନିଦିନ ହେବ ଶଙ୍କର୍ଷଣଙ୍କୁ ପ୍ରଥମେ ବିଡାନାସୀ ଓ ପରେ କ୍ୟାଣ୍ଟନମେଣ୍ଟ ଥାନାରେ ରଖାଯାଇଥିଲା । ତେବେ ଗୁରୁବାର ଅପରାହ୍ନରେ ପୋଲିସ ହେପାଜତରୁ ଫେରାର ହୋଇଥିଲେ ଅଭିଯୁକ୍ତ । ସେପଟେ କ୍ୟାଣ୍ଟେନମେଣ୍ଟ ଥାନା ହେଫାଜତରୁ ଶଙ୍କର୍ଷଣ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଥାନା ସାମ୍ନାରେ ଥିବା ମହାନଦୀକୁ ଯାଇ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।





