ଜମି ବଦଳରେ ଚାକିରି ଦେବା ମାମଲା; ପାଟନା ବାସଭବନରେ ରାବ୍ରି ଦେବୀଙ୍କୁ ସିବିଆଇର ଜେରା

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ନେତା ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ସୋମବାର ସିବିଆଇ ଟିମ୍ ପହଞ୍ଚିଛି। ସିବିଆଇ ରାବ୍ରି ଦେବୀଙ୍କୁ ପଚରାଉଚରା କରୁଛି। କୁହାଯାଉଛି ଯେ, ଯାଞ୍ଚ ଏଜେନ୍ସି ଆଇଆରସିଟିସି ଦୁର୍ନୀତି ଅର୍ଥାତ ଜମି ବଦଳରେ ଚାକିରୀ ଦେବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ପଚରା ଉଚରା କରୁଛି।

ସୂଚନା ଅନୁସାରେ, ସିବିଆଇର ୧୨ ସଦସୀୟ ଟିମ୍ ରାବ୍ରି ଦେବୀଙ୍କୁ ପଚାରା ଉଚରା କରିବାକୁ ପହଞ୍ଚିଛି। ଏହି ସମୟରେ ତାଙ୍କ ପୁଅ ତେଜପ୍ରତାପ ଓ ତେଜସ୍ବୀ ଯାଦବ ମଧ୍ୟ ଏହି ବାସଭବନରେ ଅଛନ୍ତି। ସିବିଆଇ ରାବ୍ରି ଦେବୀଙ୍କୁ ପଚରା ଉଚରା କରିବାକୁ ନୋଟିସ୍ ଦେଇଥିଲା। ପ୍ରଥମେ ଏହି ପଚରା ଉଚରା ସିବିଆଇ ଅଫିସରେ ହେବାର ଥିଲା, କିନ୍ତୁ ପରେ ସିବିଆଇ ଟିମ୍‌ ତାଙ୍କ ବାସ ଭବନରେ ପଚରା ଉଚରା କରିବାର ନିଷ୍ପତ୍ତି ନେଇଛି। ରାବ୍ରି ଦେବୀଙ୍କ ଓକିଲ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

ଏହା ପୂର୍ବରୁ ଆଇଆରସିଟିସି ଦୁର୍ନୀତି ମାମଲାରେ କୋର୍ଟ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ଝିଅ ମୀସା ଭାରତୀଙ୍କ ସହିତ ୧୪ ଅଭିଯୁକ୍ତଙ୍କୁ ସମନ ଜାରି କରି ୧୫ ମାର୍ଚ୍ଚରେ କୋର୍ଟରେ ହାଜାର ହେବାକୁ କୁହାଯାଇଛି। ଏହି ସମନ୍ ଏଭଳି ସମୟରେ ଜାରି ହୋଇଛି, ଯେଉଁ ପର୍ଯ୍ୟନ୍ତ ଲାଲୁ ସିଙ୍ଗାପୁରରୁ ନିକଟରେ କିଡନୀ ପ୍ରତିରୋପଣ କରି ସ୍ବଦେଶ ଫେରିଛନ୍ତି।

Related Posts