ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ପାକିସ୍ତାନୀ ଆତଙ୍କବାଦୀମାନେ ବ୍ୟବହାର କରୁଥବା ୧୪ଟି ମୋବାଇଲ ଆପ୍କୁ ବ୍ୟାନ୍ କଲେ ଭାରତ ସରକାର। ଏହି ଆପ୍ ଦ୍ୱାରା ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଯୋଗାଯୋଗ କରି ହିଂସା ସୃଷ୍ଟି କରୁଥିଲେ। ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକ ହେଲା କ୍ରାଇପ୍ଭାଇଜର, ଇନଗ୍ମା, ସେଫ୍ସ୍ୱିସ୍, ୱିକରମି, ମିଡିଆଫାୟାର, ବ୍ରିୟର୍, ବିଚାଟ,ନନ୍ଦବକ୍ସ, କନିଅନ, ଆଇଏମ୍ଓ, ଏଲିମେଣ୍ଟ,ସେକେଣ୍ଡ ଲାଇନ୍, ଜଙ୍ଗି, ଓ ଥ୍ରୀମ।
ମିଳିଥିବା ସୂଚନା ଅନୁସାରେ, ଏହି ଆପ୍ଲିକେସନଗୁଡିକ ବ୍ୟବହାର କରି ପାକିସ୍ତାନୀ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଥିବା ତାଙ୍କର କର୍ମୀଙ୍କୁ ମେସେଜ୍ ଦେଉଥିଲେ। ସାଂକେତିକ ଭାଷାରେ ମେସେଜ୍ ଆତଙ୍କୀ କାର୍ଯ୍ୟକଳାପ ଘଟାଉଥିଲେ।
ଦେଶରେ ସୁରକ୍ଷାକୁ ଆଖି ଆଗରେ ରଖି ଆପ୍ ବ୍ୟାନ୍ କରିବା କିଛି ନୂଆ କଥା ନୂହେଁ। ପୂର୍ବରୁ ମଧ୍ୟ ୨୦୦ରୁ ଅଧିକ ଚୀନ ଆପ୍କୁ ଭାରତ ସରକାର ଜାତୀୟ ସୁରକ୍ଷା ପାଇଁ ବିପଦ କହି ବ୍ୟାନ୍ କରିଦେଇଛନ୍ତି। ଜୁନ ୨୦୨୦ ଠାରୁ ବ୍ୟାନ୍ ହୋଇଥିବା ଚୀନ ଆପ ମଧଅୟରେ ଟିକ୍ଟକ, ଶେୟାରଇଟି, ୱିଚାଟ୍, ହ୍ୟାଲୋ, ଲାଇକୀ,ୟୁସି ନ୍ୟୁଜ୍, ବିଗୋ ଲାଇଭ୍,ୟୁସି ବ୍ରାଉଜର, ଜେଣ୍ଡର,କାମସ୍କାନର, ପବଜୀ ଓ ଗାରେନା ଫ୍ରି ଫାୟାର ଭଳି ଲୋକ ପ୍ରିୟ ଗେମିଂ ଆପ୍କୁ ବ୍ୟାନ୍ କରାଯାଇଛି।





