୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେବାବେଳେ ଧାରା ପଡିଲେ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ| ଏହାପରେ ତାଙ୍କୁ ଗିରଫ କରାଯାଇଛି। ସେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଣ୍ଟି କରପସନ ବ୍ୟୁରୋ (ଏସିବି) ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲେ।

୬୩ ବର୍ଷୀୟ ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଦସାରୀ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ। ଦସାରୀ ଶଙ୍କର ଭୀମଗଲର ବାସିନ୍ଦା। ତାଙ୍କର ସେଠାରେ ଏକ କଲେଜ ଅଛି। ତାଙ୍କ କଲେଜ ପାଇଁ ଏକ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରିବାକୁ କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ସୂଚନା ମିଳିଛି।

Related Posts